ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ
ରାୟଗଡା ୨ -୦୧-୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନ୍ ମୋହନ ସିଂ ଏକାଧାର ରେ ଜଣେ ରାଷ୍ଟ୍ର ନିର୍ମାତା ଥିଲେ । ଦେଶର ଆର୍ଥିକସ୍ଥିତି କୁ ଯିଏ ରକ୍ଷା କରି ଅର୍ଥନୀତି କୁ ସୁଧାର ଆଣିଥିଲେ, ଓ ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ୨/୨ ଥର କାର୍ଯ୍ୟ କରିଥିଲେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସେଇ ମହାନ ଆତ୍ମାର ସଦଗତି ନିମନ୍ତେ ଆଜି ଭାରତବର୍ଷ ରେ ଦୁଃଖର ଛାୟା ଖେଳି ଯାଇଛି, ଏଣୁ ସେଇ ମହାନ ଆତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ରାୟଗଡ ବ୍ଲକର ଚାନ୍ଦିଲି ପଞ୍ଚାୟତ ର ଗୋପବନ୍ଧୁ ପାର୍କ ଠାରେ ବରିଷ୍ଠ କନିଷ୍ଠ ନେତୃ ମଣ୍ଡଳୀ, ଶତାଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ଏସ ଜିଭିଟେଶ୍ୱର୍ ରାଓଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ।।ଏଥିରେ ସ୍ଥାନୀୟ ସରପଞ୍ଚ /ଜିଲ୍ଲା ପରିଷଦ ପ୍ରତିନିଧି, ବରିଷ୍ଠ କର୍ମକର୍ତ୍ତା ଏବଂ ଶତାଧିକ ନେତୃମଣ୍ଡଳୀ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ଗୋପବନ୍ଧୁ ଦ୍ଵିଭାଷୀ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ଡ ସିଂ ଙ୍କ ଆତ୍ମଜୀବନୀ ଓ କାର୍ଯ୍ୟ ଉପରେ ଅବଲୋକନ କରିଥିଲେ। ସ୍ବର୍ଗତ ମନମୋହନ ସିଂଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରାଯାଇଥିଲା ।
ରାୟଗଡାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
