ନିମାପଡା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନୂତନ ଗୃହ ଉଦଘାଟିତ

ନିମାପଡା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନୂତନ ଗୃହ ଉଦଘାଟିତ।ନିମାପଡା ( ) ନିମାପଡା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନୂତନ ଗୃହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କେନାଲ ରୋଡ, ଗୁହାଳପଡ଼ା ସ୍ଥିତ ନୂତନ ଗୃହକୁ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ଗ୍ରୁପ ର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଉପଦେଷ୍ଟା କ୍ଷିରୋଦ କୁମାର ରାୟମହାପାତ୍ର, ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷା ମୋନାଲିସା ନାୟକ, ଏସ୍.ପି. ଫାଉଣ୍ଡେସନର ଅଧ୍ୟକ୍ଷ କ୍ୟାପଟେନ ଶ୍ୱେତପର୍ଣ୍ଣ ରାୟମହାପାତ୍ର, ଏସ୍.ପି. ଗ୍ରୁପର ପ୍ରୋପାଇଟର ବିଲୁପ୍ତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *