ଡ. ବିରାପ୍ପା ମୋଇଲି ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା

ଡ. ବିରାପ୍ପା ମୋଇଲି ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା ବକ୍ତୃତା ମାଳା ପ୍ରଦାନ କରିବେ :୪ ରେ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା.ଭୁବନେଶ୍ବର, ତା ୦ ୧. ୦୧.୨୦୨୫ରିଖ, ଆସନ୍ତା ଜାନୁୟାରୀ ୪ ତାରିଖ ସକାଳ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକ ଙ୍କ ୧୫ତମ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ, ଚଳିତ ବର୍ଷ ପାଇଁ ବିଷୟବସ୍ତୁ ହେଉଛି ବୈଶ୍ବିକ ପରମ୍ପରାରେ ଗାନ୍ଧୀ ବିଚାର (Global Legacy of Gandhian Ideology) ,

ଏହି ସମାରୋହରେ ଉଦଘାଟନ ତଥା ସ୍ମାରକୀ ଗାନ୍ଧୀ ବକ୍ତୃତା ପ୍ରଦାନ କରିବେ ବିଶିଷ୍ଟ ସାହିତ୍ୟିକ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ୍. ବିରାପ୍ପା ମୋଇଲି , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ, ପୂର୍ବତନ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଭିତ୍ତି ଭାଷଣ ପ୍ରଦାନ କରିବେ ବୋଲି ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ଜଣାଇଛନ୍ତି, ଏହି ସଭାରେ ସଦୟ ଯୋଗଦାନ ପାଇଁ ଆମନ୍ତ୍ରଣ କରାଯାଇଛି.

Leave a Reply

Your email address will not be published. Required fields are marked *