ପ୍ରଜ୍ଞାନ ମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଗୀତା ଜ୍ଞାନଯଜ୍ଞ ଉତ୍କଳ ମଣ୍ଡପ ଠାରେଅନୁଷ୍ଠିତ ହେବ। ଏହି ଗୀତା ଜ୍ଞାନଯଜ୍ଞରେ ଆନ୍ତର୍ଜାତିୟ କ୍ରିୟାଯୋଗ ସଂସ୍ଥାର ଆଧ୍ୟାତ୍ମିକ ମୁଖ୍ୟଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିବେ । ପ୍ରତ୍ୟହ ସନ୍ଧ୍ୟା ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଂନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତଗୀତା ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୬ ତାରିଖ ସକାଳ ୮ଟାରେ ଜୟଦେବ ବିହାର ନିକଟସ୍ଥ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟଠାରେ କ୍ରିୟାଯୋଗ ଦୀକ୍ଷା ଅନୁଷ୍ଠିତ ହେବ। ପ୍ରଜ୍ଞାନ ମିଶନର ସହ ସଂପାଦକ ସ୍ଵାମୀ ଅନିର୍ବାଣାନନ୍ଦ ଗିରି ନିକୋପାର୍କ ନିକଟସ୍ଥ “ଜୟ ଭାରତ ସମ୍ମିଳନୀ କକ୍ଷ”ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *