ଧାମନଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦାବିପତ୍ର
ଗତକାଲି ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ପରେ ଭାରତର ପରାଜୟ ଏବଂ ପାକିସ୍ତାନର ବିଜୟରେ ଖୁସି ହୋଇ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ବାଣ ଫୁଟାଇ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଥିବା ଦେଶଦ୍ରୋହୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦେଶଦ୍ରୋହୀ ମାମଲା ରୁଜୁକରିବା ପାଇଁ ଧାମନଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ବିଶ୍ଵ ହିନ୍ଦୁ ପରିଷଦ, ଧାମନଗର ପ୍ରଖଣ୍ଡ ସଭାପତି ମାନ୍ୟ କୈଳାସ ଗୁପ୍ତା ଭାଇଙ୍କ ନେତୃତ୍ୱରେ ପରିଷଦ ଏବଂ ବଜରଙ୍ଗ ଦଳର ଏକ ପ୍ରତିନିଧି ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଗଲା।ଏହାର ଏକ ନକଲ ପୂର୍ବାଞ୍ଚଳ ଆଇ.ଜି. ଏବଂ ପୁଲିସ ମହାନିର୍ଦ୍ଦେଶକ, ଓଡ଼ିଶାଙ୍କ ବିହୀତ ପଦକ୍ଷେପ ପାଇଁ ପ୍ରଦାନ କରାଯାଇଛି।।ଏହି ଅବସରରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନ୍ୟ ମାନସ ମହାନ୍ତି ଭାଇ ଉପସ୍ଥିତ ରହିଥିଲେ।ପ୍ରତିନିଧି ଦଳରେ ନଗର ସଭାପତି ପୁନିଲ ସାମନ୍ତ ଭାଇ, ସମ୍ପାଦକ ଜ୍ୟୋତି ସାହୁ ଭାଇ ଏବଂ ବଜରଙ୍ଗ ଦଳର ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟ ଭାଇ ସାମିଲ ରହିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
