ଏକ ବନ୍ଧୁତ୍ୱ ମ୍ୟାଚ ଅପରାହ୍ନ ୩ ଟାରେ ପୋଲିସ ପଡିଆ ଠାରେ ଅନୁଷ୍ଠିତ
ଆଜି ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତୀ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ପୋଲିସ ଏକାଦଶ ବନାମ ସାମ୍ବାଦିକ ଏକାଦଶ ମଧ୍ୟରେ ଆଜି ଏକ ବନ୍ଧୁତ୍ୱ ମ୍ୟାଚ ଅପରାହ୍ନ ୩ ଟାରେ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶୀଲ କୁମାର ମିଶ୍ର ପୋଲିସ ଏକାଦଶର ଅଧିନାୟକ ରହିଥିଲେ, ସେହିପରି ସାମ୍ବାଦିକ ଏକାଦଶର ଅକ୍ଷୟ କୁମାର ମିଶ୍ର ଅଧିନାୟକ କରିଥିଲେ। ପ୍ରଥମେ ଟଚ ପଡି ପୋଲିସ ଏକାଦଶ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ପୋଲିସ ଏକାଦଶ ବ୍ୟାଟିଂ ସର୍ବାଧିକ ଦୁଷ୍ମନ୍ତ କୁମାର ସାହୁ ୧୭ ବଲରେ ୪୯ ରନ, ରଘୁନାଥ ସେଠି ୧୧ ବଲରେ ୩୨ ରନ, ଅଧିନାୟକ ସୁଶୀଲ ମିଶ୍ର ୧୪ ବଲରେ ୧୨ ରନ ଓ ଚିତ୍ତରଞ୍ଜନ ମହାନ୍ତି ୭ ବଳରେ ୧୨ ରନ କରି ପୋଲିସ ଏକାଦଶର ୧୨ ଓବରରେ ୧୧୭ ହୋଇଥିଲା ସାମ୍ୱାଦିକ ଏକାଦଶ ବିଜୟଲକ୍ଷ୍ୟ ୧୧୮ ରନର ପିଛା କରି ୧୧୪ ରନ କରିଥିଲେ। ଏହି ରନକୁ ପିଛାକାରୀ ସାମ୍ବାଦିକ ଏକାଦଶର ସର୍ବାଧିକ ଓମ ପାତ୍ର ୭ ବଲରେ ୨୩ ରନ, ସରୋଜ ମାଲିକ ୪ ବଲରେ ୧୯ ରନ, ଶିବ ୪ ବଲରେ ୧୬ ରନ କରି ୧୧୪ କରିଥିଲେ। ଏହି ମ୍ୟାଚ ଶେଷ ଓବର ପ୍ରଯ୍ୟନ୍ତ ଖେଳ ହୋଇଥିଲା ଶେଷ ପ୍ରଯ୍ୟନ୍ତ ମଧ୍ୟ ଖେଳର ନିର୍ଣୟକ ସ୍ତିସ୍ଥି ଉପୁଜିଥିଲା। ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ଚରଣ ପତି ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ସମସ୍ତ ଖେଳର ଆୟୋଜନ ଆରାଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି କରିଥିଲେ। ଏହା ସହ ଉଡାନ ବାସ୍କେ, ସୁନୀଲ ପ୍ରଧାନ, ସମୀର ସ୍ୱାଇଁ ଓ ଅନେକ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଆଗକୁ ଏହିପରି ମ୍ୟାଚ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଜଣାଇଥିଲେ।
