ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ରଘୁନାଥପୁର 03-01-25 ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତମନମୋହକ ସିଂ ଏକାଧାର ରେ ଜଣେ ରାଷ୍ଟ୍ର ନିର୍ମାତା ଥିଲେ । ଦେଶର ଆର୍ଥିକସ୍ଥିତି କୁ ଯିଏ ରକ୍ଷା କରି ଅର୍ଥନୀତି କୁ ସୁଧାର ଆଣିଥିଲେ, ଓ ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ୨/୨ ଥର କାର୍ଯ୍ୟ କରିଥିଲେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସେଇ ମହାନ ଆତ୍ମାର ସଦଗତି ନିମନ୍ତେ ଆଜି ଭାରତବର୍ଷ ରେ ଦୁଃଖର ଛାୟା ଖେଳି ଯାଇଛି, ଏଣୁ ସେଇ ମହାନ ଆତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ରଘୁନାଥପୁର ବ୍ଲକର ମଦନମୋହନ ମଠ ପରିସରରେ ବରିଷ୍ଠ ନେତୃ ମଣ୍ଡଳୀ, ଉପସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ଆର୍ତ୍ତତ୍ରାଣ ପଣ୍ଡା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ।।ଏଥିରେ ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ ଏବଂ ଡ ସିଂ ଙ୍କ ଆତ୍ମଜୀବନୀ ଓ କାର୍ଯ୍ୟ ଉପରେ ଅବଲୋକନ କରିଥିଲେ। ସ୍ବର୍ଗତ ମନମୋହନ ସିଂଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରାଯାଇଥିଲା । ଏହି ସଭାରେ ପ୍ରଶାନ୍ତ ଦାସ,ବିଶ୍ୱରଞ୍ଜନ ସ୍ୱାଇଁ,ନାରାୟଣ ନାୟକ,ସତ୍ୟବ୍ରତ ନାୟକ,ପ୍ରସନଜିତ ମହପାତ୍ର,ଯୋଗେନ୍ଦ୍ର ବାରିକ,ବସନ୍ତ କୁମାର ଦାସ,ବିନ୍ଦୁସାର ମହାପାତ୍ର,ପ୍ରତ୍ୟୁଷ ନାୟକ,ମନମୋହନ ଗୋଚ୍ଛାୟତ,ପ୍ରଭାତ ରାଉତ ପ୍ରଫୁଲ୍ଲ ସାହୁ ବ୍ରଜ ମଲିକ,ରାଜକିଶୋର ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ.

ଜଗତ୍ସିଂହପୁର ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *