ଭଞ୍ଜନଗର ସିରିଡ଼ି ସାଇ ମନ୍ଦିରରୁ ଚୋରୀ
। – ଗଞ୍ଜାମ ଭଞ୍ଜନଗରର ପ୍ରସିଦ୍ଧ ସିରିଡ଼ି ସାଇ ମନ୍ଦିର ରୁ ବଡ ଧରଣର ଚୋରୀ। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମନ୍ଦିର ପଛ ଗେଟର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛନ୍ତି। ଦେଢଘଣ୍ଟା ଧରି ବାବା ଙ୍କ ମନ୍ଦିରରେ ଛାନଭିନ କରି ଦୁଇଟି ହୁଣ୍ଡୀ ଭାଙ୍ଗି ନଗଦ ତିନି ଲକ୍ଷ ରୁ ଅଧିକ ଟଙ୍କା, ସିରିଡ଼ି ବାବାଙ୍କ ଦେହରେ ଥିବା ସୁନା, ରୂପାର ଅଳଙ୍କାର ଓ ବ୍ୟବହାର ସାମଗ୍ରୀ ଚୋରୀ କରିନେବାରେ ସଫଳ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ରୁ ଅଧିକ ଟଙ୍କା ହବ। ଖବରପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଥିବା ବେଳେ। ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
