ପ୍ରବାସୀ ଭାରତୀୟଙ୍କ ଗସ୍ତ ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତ
ପୁରୀ ତା ୦୫|୦୧ : ପୁରୀ ପୋଲିସ ଲାଇନ୍ ପଡ଼ିଆରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏସପି ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ । ପ୍ରବାସୀ ଭାରତୀୟ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୋଣାର୍କ, ରାମଚଣ୍ଡୀ, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ ।

ଏନେଇ ଆସନ୍ତା ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଗବାରେଣି ଛକ ଠାରୁ ଷ୍ଟ୍ରଲିଙ୍ଗ ରିସର୍ଟ ଛକ ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ଘୋଷଣା ହୋଇଛି । ସେହିପରି ସୁରକ୍ଷା ପାଇଁ ୨୮ ପ୍ଲାଟୁନ ୨ ସେକ୍ସନ ଫୋର୍ସ ମୁତୟନ ହେବ । ୪ ଅତିରିକ୍ତ ଏସପି, ୧୫ ଡିଏସପି, ୪୮ ଇନ୍ ସ୍ପେକ୍ଟର, ୧୬୩ ସବ୍-ଇନସ୍ପେକ୍ଟର/ଅତିରିକ୍ତ ସବ୍-ଇନସ୍ପେକ୍ଟର, ୧୨ ହାବିଲଦାର, ୨୬୧ କନଷ୍ଟେବଳ, ୧୬ ଟ୍ରେନି ହାବିଲ୍ ଦାର୍ ମୁତୟନ ରହିବେ । ୩୫୨ ହୋମ ଗାର୍ଡ ମଧ୍ୟ ହେବେ ମୁତୟନ । ଦିଗ ବାରେଣି ଠାରୁ ଲାଇଟ୍ ହାଉସ ପର୍ଯ୍ୟନ୍ତ ହେବ ନୋ ଭେହିକିଲ। ଯାତ୍ରିକା ଓ ନୀଳାଚଳ ଅଶୋକରେ ହେବ ପାର୍କିଂ ବ୍ୟବସ୍ଥା । ସେହିଭଳି ୯ ତାରିଖରେ ସମୁଦ୍ର ଆଳତି ପାଇଁ ହେବ ବ୍ୟବସ୍ଥା ।
