ବିଭିନ୍ନ ପଂଚାୟତ ବୁଲି ଚାଷୀଙ୍କ ଦୁଃଖରେ ଦୁଃଖୀ ହେଲେ କଂଗ୍ରେସ ବିଧାୟକ ପର୍ଥୀ ହରେକୃଷ୍ଣ ରଥ
ସୋରଡ଼ା(ନାରାୟଣ ଡାକୁଆ)ଗଞ୍ଜାମ ସୋରଡ଼ା ବ୍ଲକର ବହୁ ପଂଚାୟତ ଅନୁଧ୍ୟାନ କଲେ ସୋରଡ଼ା କଂଗ୍ରେସ ବିଧାୟକ ପlର୍ଥି ହରେକୃଷ୍ଣ ରଥ ନିଜ କର୍ମୀ ମାନଙ୍କ ସହ ମିଶି ଚାଷୀ ଦୁଃଖ ରେ ଦୁଃଖୀ ହୋଇ ଚାଷୀ ମନ ଦୁଃଖରେ ବସିଥିବା ଦେଖି ଚାଷୀ ମାନେ କିଭଳି ଅସୁବିଧା ର ସମ୍ମୁକ୍ଷୀନ ହେଉଛନ୍ତି l ଚାଷୀ ମାନେ ଧାନ କଳେଇ ବିଲରେ ଗଦେଇଛିନ୍ତି l କିନ୍ତୁ ବିଲରେ ପ୍ରଚୁର ପାଣି ପୁଣି ମୁଲିଆ ଅଭାବରୁ ଘରକୁ ନେଇ ପାରୁନାହାନ୍ତି l କି ତାକୁ ଖେଳେଇ ପାରୁନାହାନ୍ତି l ଧାନ ଗଜା ହେବାରେ ଲାଗିଲାନି ପୁଣି ରାତିରେ ବାରିହା ଆସି ଫସଲ ନଷ୍ଟ କରିବାର ଭୟ ରହୁଛି l ଏପଟେ ଦଇବ ସାଜିଛିଥିଲା ଦାଉ ଧନ ଲଗାଇବା ସମୟରେ ବର୍ଷା ନ ହୋଇ ତଳି ପୋଡିଗଲା l ଧାନ ଗଛ ବି ପୋଡିଲା ଯାହା କିଛି ଥିଲା ପୁଣି ବାରମ୍ବାର ଲଗାତାର ଲଘୁଚାପ ଜନିତ ବର୍ଷା ଯୋଗୁଁ ତାହା ବିଲରେ ଗଜା ହୋଇଗଲା lକିନ୍ତୁ ଆଉରି ଦୁଃଖର କଥା ଚାଷୀର ସରକାର କହୁଥିବା ସରକାର ଏ ପର୍ଯ୍ୟନ୍ତ କେହି ସରକାରୀ ବାବୁ ବିଲରେ ପହଂଚିନାହାନ୍ତି l

ଯେଉଁ ଟୋଲଫ୍ରି ନମ୍ବର ଦେଇଛନ୍ତି l ନା ଲାଗୁଛି ନା ଲାଗିଲେ କେହି ଉଠଉଛନ୍ତି l ଗତବର୍ଷ ବି ମରୁଡି ସମସ୍ୟା ଥିଲା ବିଜେଡି ସରକାର ଚାଷୀର କ୍ଷତିପୂରଣ ଦେଇନଥିଲା l କିନ୍ତୁ ଏ ସରକାର ଡବଲ ଇଂଜିନ ସରକାର ୟାଙ୍କ ପାଖରେ ଆମର ଦାବି ତୁରନ୍ତ ଚାଷୀର କ୍ଷୟକ୍ଷତି ପୂରଣ କରନ୍ତୁ l ଏବଂ ଧାନ ତୁରନ୍ତ ମଣ୍ଡି ଆରମ୍ଭ କରନ୍ତୁ l ନହଲେ ଜନ ଅସନ୍ତୋଷ ଦେଖାଦେବ l ବୋଲି କଂଗ୍ରେସ ବିଧାୟକ ପର୍ଥି ହରେକୃଷ୍ଣ ରଥ କହିଛନ୍ତି l ରଥ କହିଛନ୍ତି ଯେ ସରକାର ବୁଝିବା ଦରକାର ଚାଷୀ ହେଲା ଦେଶର ମେରୁଦଣ୍ଡ ଓ ଅର୍ଣ୍ଣଦାତା ସୋରଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ହାରିକୃଷ୍ଣ ରଥ ଜିଲ୍ଲାପରିଷଦ ପ୍ରାର୍ଥୀ ବିନାୟକ ଗୌଡ଼ ସଞ୍ଜୟ ପାତ୍ର କାଳିଚରଣ ଚର୍ଚ୍ଚା ଓ ଅନ୍ୟାନ୍ୟ କର୍ମୀ ଙ୍କ ସହ ସେ ଚାଷୀ ଙ୍କ କ୍ଷେତ ରେ ପହଞ୍ଚି ସାନ୍ତନା ଦେଇଥିଲେ l
