ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର 27 ତମ ବାର୍ଷିକ ଉତ୍ସବ ପାଳିତ।

ରାଇକିଆ, ତା 7/1/25କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଇକିଆ ବ୍ଳକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ସଭାପତି ଶ୍ରୀ ସତ୍ୟବାନ୍ ସାହୁ ଙ୍କ ଅଧ୍ୟକ୍ଷତା ରେ ସତେଇଶ ତମ ବାର୍ଷିକ ଉତ୍ସବ ସଭାପତି ଶ୍ରୀ ସତ୍ୟବାନ୍ ସାହୁ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଜେପି ର ଜିଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓ ବି ସି ଜିଲା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ ଲେଙ୍କା ,17 ନମ୍ବର ଜୋନ ଜିଲ୍ଲା ପରିଷଦ ସତ୍ୟବାନ୍ ପାତ୍ର,ସରପଞ୍ଚ ଗୀତାଞ୍ଜଳି ନାୟକ, ମୁଖ୍ୟବକ୍ତା ନିରଞ୍ଜନ ମିଶ୍ର,ରମେଶ ଚନ୍ଦ୍ର ବିଶ୍ୱାଳ,ମିହିର ମହାପାତ୍ର,କୁମାର ଚନ୍ଦ୍ର ପାଢ଼ୀ,ମମତା ସାହୁ,ଚକ୍ରଧର ପୃଷ୍ଟି,ନିରୋଳା ପ୍ରଧାନ ମଞ୍ଚାଷୀନ ରହିଥିଲେ।ଅତିଥି ପରିଚୟ ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ କାମଦେବ ବେହେରା ପଠନ କରିଥିଲେ ପରେ ମୁଖ୍ୟବକ୍ତା ଶ୍ରୀ ନିରଞ୍ଜନ ମିଶ୍ର ଛାତ୍ର ଛାତ୍ରୀ ଙ୍କ ଜୀବନ କୁ ସରସ ସୁନ୍ଦର କରି ଗଢି ତୋଳିବା ରେ ବିଦ୍ୟାଳୟ ଓ ଗୁରୁଜୀ ଗୁରୁମା ଙ୍କ ର ଭୂମିକା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ଶ୍ରେଣୀ ର କୁନି କୁନି ଛାତ୍ର ଛାତ୍ରୀ ମାନ‌ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲା। ଶିଶୁ ମନ୍ଦିର ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନ‌ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ଗୁରୁଜୀ ଆଦିତ୍ୟ ପାତ୍ର ପରିଚାଳନା କରିଥିବା ସମୟ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ,ଗୁରୁ ମାଆ,ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *