ଓଡିଶା ସାହିତ୍ୟ ଏକାଡୋମି ପୁରସ୍କାର ପ୍ରାପ୍ତ ଲେଖିକାଙ୍କ ଦେହାନ୍ତ

ବ୍ରହ୍ମପୁର – ବିଶିଷ୍ଟ ଶିକ୍ଷାବିତ୍ତ, ଲେଖିକା ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅମିୟ ବାଳା ପଟ୍ଟନାୟକର ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କୁ 78 ବର୍ଷ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ।ସେ ଅନ୍ଧ ସ୍କୁଲର ଅଧ୍ୟକ୍ଷା ଥିଲେ।ଜଣେ ଶିକ୍ଷାବିତ୍ତ, ଦୃଢ ପ୍ରଶାସନ ଓ ସ୍ନେହି ଓ ସ୍ୱଷ୍ଟବାଦୀ ବକ୍ତି ଥିଲେ। ସେ ତାଙ୍କର ଉଚ୍ଚ କୋଟିର ସାହିତ୍ୟ, ଲେଖା ଓ ଅନୁବାଦ ପାଇଁ ବହୁ ପ୍ରଶଂସା ଓ ପୁରସ୍କାର ପାଇଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।ଛାତ୍ର ଜୀବନରୁ SFI ସହିତ ଜଡିତ ଥିଲେ। ଶେଷ ପର୍ଯ୍ୟନ୍ତ ଅନ୍ୟାୟ ଅବିଚାର ବିରୁଦ୍ଧରେ ପ୍ରତିବାଦ କରିବା ଓ ଅଧିକାର ପାଇଁ ଲଢ଼ିବାନୀତିରୁ କେବେବି ପଛକୁ ହଟି ନ ଥିଲେ। ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକଙ୍କ ,ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୃଷକ ନେତା ଗୋପାଳ ପାଣିଗ୍ରାହୀ ଏବଂ କର୍ମଚାରୀ ନେତା ପ୍ରତାପ ଚୌଧୁରୀ ତାଙ୍କ ବାସଭବନକୁ ଯାଇ ମର ଶରୀରରେ ପୁଷ୍ପ ଗୁଛ ପ୍ରଦାନ କରି ଶେଷ ଦର୍ଶନ କରିଥିଲେ।ତାଙ୍କର ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କର ମୃତ୍ୟୁ ପ୍ରଗତିଶୀଳ ସାହିତ୍ୟ ଓ ଆନ୍ଦୋଳନ ପାଇଁ ଅପୁରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *