ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ 25 ତମ କ୍ରୀଡା ଉଦଘାଟିତ
ଆସ୍କା :- ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଆଜି 25 ତମ ବାର୍ଷିକ କ୍ରୀଡା ଉତ୍ସବ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି. ଉଦଘାଟନୀ ଉତ୍ସବ ରେ +2 ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ଓ କ୍ରୀଡା ମାନବ ସମାଜ ପାଇଁ ଅପରିହାର୍ଯ୍ୟ ବୋଲି ମାତ ପ୍ରକାଶ କରିଥିଲେ. ଏହି ଉପଲକ୍ଷେ ମହାବିଦ୍ୟାଳୟ ର କ୍ରୀଡା ସଂଯୋଜକ ଡ଼କ୍ଟର ଏ ଜିତେଶ ରାଓ ଦୋରା ଓ କ୍ରୀଡା ପ୍ରଶିକ୍ଷକ ଭଞ୍ଜ କିଶୋର ଗୌଡ଼ ପ୍ରତ୍ୟକ୍ଷ ତଥ୍ୟବୋଧନ ରେ ନିକଟସ୍ଥ ଗ୍ରାମ ଦେବୀ ମନ୍ଦିର ରୁ ଛାତ୍ରଛାତ୍ରୀ ମାନେ ପୂଜାର୍ଚନା କରି ମଶାଲ ଧରି ଆଣି ମହାବିଦ୍ୟାଳୟ ର ଅଧକ୍ଷ ଙ୍କୁ ହସ୍ତାନ୍ତର କରିଥିଲେ.

ଏହାପରେ ଆନୁଷ୍ଠାନିକ ଭାବେ ଅଧକ୍ଷ ବାର୍ଷିକ କ୍ରୀଡା ରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳାର ସହ ଭାଗ ନେବାପାଇଁ ପରାମର୍ଶ ଦେଇଥିଲେ. ତିନି ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି. ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସ୍ବେଛାସେବୀ ମାନେ ପରିଚାଳନା କରିଥିବା ବେଳେ ପରିଶେଷରେ ମହାବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓ ନବଘନ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.
ଗଞାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
