ମା ଶୀତଳା ଠାକୁରାଣୀ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ର ଉଦ୍ଘାଟନ କଲେ ସୋରଡ଼ା ବିଧାୟକ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ବଡ଼ଗଡ଼ ଖେଳ ପଡିଆ ରେ ମା ଶୀତଳା ଠାକୁରାଣୀ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦ୍ଘାଟନ | ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟ ର ଉଦ୍ଘାଟନ କରିଥିଲେ | ସମ୍ମାନିତ ଅତିଥିଭାବେ ସମାଜ ସେବି ଭଗବାନ ପାତ୍ର, ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ, V. ଜଗଦୀଶ ରାଜୁ, ଯୁବ ସଭାପତି ଶ୍ୟାମ ପ୍ରଧାନ, ସମାଜ ସେବି ରବୀନ୍ଦ୍ର ସାହୁ, ଗଣେଶ ଆଚାର୍ଯ୍ୟ, ସୁଶାନ୍ତ ମହାରଣା ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ବିଧାୟକ ଖେଳ ପଡିଆ ର ଉନ୍ନତି କରଣ ସହ ଭଲି ବଲ ଖେଳ ର ଆବଶ୍ୟକତା ବିଷୟରେ କହିଥିଲେ l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
