ଶୀତରେ ଥରୁଛି କାଶିପୁର

ରାୟଗଡ଼ା ଜିଲ୍ଲା କାଶିପୁର ରେ ଗତ ଚାରି ରୁ ପାଞ୍ଚ ଦିନ ଧରି ଶୀତର ଲହରି ଦେଖିବାକୁ ମିଳୁଛି। ହାଡ଼ ଭଙ୍ଗା ଶୀତକୁ ଲୋକେ ସହ୍ୟ କରି ପାରୁନାହାନ୍ତି। ଶୀତରେ ଅଞ୍ଚଳ ବାସୀ ସଦ୍ୟା ହେଲେ ଘରରୁ ବାହାରିବା ବହୁତ କଷ୍ଟ ଅନୁଭୂତ ହେଉଛି। ଖରା ଥ‌ିବା ପର୍ଯ୍ୟନ୍ତ ଗାଁ ଗହଳର ଲୋକେ ବାହାରେ କିଛି କାମ କରୁଥି ବେଳେ ଖରା ଚାଲିଗଲେ ଘର ଭିତରେ ରହୁଛନ୍ତି।

ବଜାରରେ ବ୍ୟବସାୟୀମାନେ ମଧ୍ୟ ପୂର୍ବ ପରି ଆଉ ରାତି ୯ଟା ପର୍ଯ୍ୟନ୍ତ ଦୋକାନବଜାର ନ ଖୋଲି ପୂର୍ବରୁ ବନ୍ଦ କରି ଦେଉଛନ୍ତି। | ଶୀତ ଦାଉରୁ ରକ୍ଷା ପାଇଁ ଶୁଖୁଲା କାଠରେ ନିଆଁ ଲଗାଇ ତାର ଚାରି ପାଖରେ ଲୋକେବସି ରହୁଛନ୍ତି। ବହୁ କଷ୍ଟରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଶୀତ ବଡ଼ ବିପଦ ଆଣି ଦେଇଛି। ଶୀତର ପ୍ରକୋପ ବଢ଼ିବା କାରଣରୁ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି। ‘ ସାଥ୍‌ରେ ଶୀତକୁ ମଧ୍ୟ ଧରି ଆସୁଥ‌ିବା ଭଳି ଅନୁଭବ ହେଉଛି। ଦିନର ତାପମାତ୍ରା ସ୍ଵାଭାବିକ ରହୁଥ‌ିବା ବେଳେ ରାତି ବଢ଼ିବା ସହିତ ରାତିର ତାପମାତ୍ରା ବହୁ ପରିମାଣରେ କମି ଯାଉଛି। ରାତିରେ ତାପମାତ୍ରା ଅନେକ ସମୟରେ ୧୦ ଡିଗ୍ରୀ ତଳେ ରହୁଥ‌ିବା ଦେଖାଯାଉଛି। ସକାଳ ଏବଂ ରାତିରେ ଖୁବ ଘନ କୁହୁଡି ହେଉଥିବା ଦେଖିବାକୁ ମିଳିଛି ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *