୧୯୮୨ ମସିହା ର ଗୌରବମୟ ମହାପୂର୍ତ୍ତୀ ଦିବସ ପାଳିତ

ଅସ୍ତରଙ୍ଗ୫/୧- ବନ୍ଧୁତ ଆଗରେ ହାର ମାନିଛି ବୟସ, ବନ୍ଧୁତା ୩ ଅକ୍ଷର କୁ ନେଇ ଗୋଟେ ଶବ୍ଦ କିନ୍ତୁ ଏହି ଶବ୍ଦ ଭିତରେ ରହିଛି ଅନେକ ଭଲପାଇବା, ସ୍ନେହ ଓ ଅନ୍ତରଙ୍ଗତା, ଯାହାକୁ ଆଜି ପ୍ରତିପାଦନ କରିଛନ୍ତି ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୮୨ ମସିହା ର ପୁରାତନ ଛାତ୍ରଛାତ୍ରୀ l ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଆଲୁମିନି ଆସୋସିଏସନ ତରଫରୁ ଆଜି ଗୌରବମୟ ପୂର୍ତ୍ତୀ ଦିବସ ପାଳନ କରାଯିବା ସହ ଗୋଟେ ସ୍ନେହ ଓ ମମତା ର ପରିବେଶ ସୃଷ୍ଟି କରିଛି l ଏହି କାର୍ଯ୍ୟକ୍ରମ ରେ ପୁରାତନ ୭୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଯୋଗ ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ପୂର୍ବତନ ଶିକ୍ଷକ ପ୍ରମୋଦ ନାୟକ, ପଣ୍ଡିତ କାଳନ୍ଦୀ ଛାଟୋଇ, କାହ୍ନୁଚରଣ ବିଶ୍ୱାଳ, ରବୀନ୍ଦ୍ର ପ୍ରଧାନ ଓ ଶ୍ୟାମାକାନ୍ତ ମିଶ୍ର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଅନୁଷ୍ଠାନିକ ଭାବେ ପରିଚାଳିତ କରିଥିଲେ, ବନ୍ଧୁତା ଓ ପ୍ରେମ ଆଉ ବନ୍ଧୁତା କୁ ନେଇ ସ୍ୱତନ୍ତ୍ର ପରିବେଶ ଦୁନିଆ ର ଏକ ନିଷ୍ଠାପର ସମ୍ପର୍କ ର ବାସ୍ତବିକ ସତ୍ୟ ବୋଲି ଉପସ୍ଥିତ ଅତିଥି ବୃନ୍ଦ ସେମାନଙ୍କ ଅଭିଭାଷଣ ରେ ମତାମତ ଦେଇଥିଲେ, ବର୍ତ୍ତମାନ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପରିଡା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋଧା ଭାବେ ସଭାପତିତ୍ୱ କରିଥିଲେ,ଧନ୍ୟବାଦ ଅର୍ପଣ କରି ସୁଯ୍ୟ କାନ୍ତ ଦାସ.ଆଗାମୀ ଦିନରେ ଏହି ଆଲୁମିନି ସଙ୍ଘ ଏକ ସମାଜକଲ୍ୟାଣ ଅନୁଷ୍ଠାନ ଭାବେ ନିଜ ଅଞ୍ଚଳ ରେ ଦୁଖୀ ଦରିଦ୍ର ଙ୍କ ସେବା କରିବାକୁ ନିଷ୍ପତି ନେଇଛି, ତା ସହିତ ଏମାନଙ୍କ ସମୟ ର ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ବନ୍ଧୁ ବାନ୍ଧବୀ ମାନଙ୍କ ପାଈଁ ସ୍ମୃତିଚାରଣ କରିବା ସହ ଦୀର୍ଘ ବର୍ଷ ପରେ ଅଥବା ବୟସ ର ଅପରାହ୍ନ ରେ ନିଜ ନିଜ ପିଲା ଦିନ ର ସାଙ୍ଗ ସାଥି ସମ୍ପର୍କ ର ଭାବ ଆଦାନପ୍ରଦାନ କରାଯାଇଛି ଆଉ ଏହିଭଳି ବନ୍ଧୁତ୍ୱ କୁ ଏକ ଶ୍ରେଷ୍ଠ ବନ୍ଧୁତ୍ୱ ଦିବସ ବୋଲି ଉପସ୍ଥିତ ଅତିଥି ମାନେ ଘୋଷଣା କରିଥିଲେ l

Leave a Reply

Your email address will not be published. Required fields are marked *