ଅନୁଷ୍ଠିତ ହେଲା ଷଷ୍ଠ ତମ କଳୀଙ୍ଗଓ୍ବାନ୍ ଗ୍ଲୋବାଲ ଫେଷ୍ଟିଭାଲ ।
ଭୁବନେଶ୍ୱର:- ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ କଳୀଙ୍ଗଓ୍ବାନ୍ ଗ୍ଲୋବାଲ ଫେଷ୍ଟିଭାଲ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଟି ୪ ଏବଂ ୫ ତାରିଖ ଦୁଇ ଦିନ ଧରି ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ଭୁବନେଶ୍ଵର ସ୍ଥିତ ବହୁ ପୁରାତନ ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ଦ୍ଵାରା ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀୟଶ୍ରୀ ପତି ଏବଂ ଅଦ୍ୟାସା ମିଶ୍ର ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗଦାନ କରି କୁଚିପୁଡି ନୃତ୍ୟଶିଳ୍ପୀ ସି ଏଚ ଅଜୟ କୁମାର କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ସେହି ଭଳି ଦୂତୀଅ ସନ୍ଧ୍ୟା ରେ ଶ୍ରୀଯୁକ୍ତ ଅଂଶୁମାନ ମିଶ୍ର ଓ ଶ୍ରେୟଶ୍ରୀ ପତି କାର୍ଯ୍ୟକ୍ରମ ପ୍ରଦ୍ଵିପପଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୪ ବର୍ଷ ରୁ ଧରି ୬୦ ବର୍ଷ ବୟସ ର କଳାକାର ମନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟ ୨୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ।
