ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ

ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ: ଆକର୍ଷଣ ପାଲଟିଛି କୁଟିଆ କନ୍ଧଙ୍କ ଘର ଫୁଲବାଣୀ ୭।୧: ରାଜ୍ୟ ଆଦିବାସୀ ମେଳାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ପାରମ୍ପରିକ ସାମଗ୍ରୀ ବିକ୍ରୀ ହେଉଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ୫ଟି ଷ୍ଟଲ ଆଦିବାସୀ ମେଳାରେ ସ୍ଥାନ ପାଇଥିବାବେଳେ ଦାରିଙ୍ଗବାଡି ବ୍ଲକରୁ ୩ଟି ଷ୍ଟଲ ସ୍ଥାନ ପାଇଛି। ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗାଁ ଗାଁରେ ମହିଳାମାନଙ୍କୁ ନେଇ ବନ ଧନ ବିକାଶ କେନ୍ଦ୍ର କରାଯାଇ ବିଭିନ୍ନ ପାରମ୍ପରିକ ସାମଗ୍ରୀକୁ ପ୍ରସ୍ତୁ୍‌ତି କରି ବିକ୍ରିବଟା କରାଇ ସ୍ବାବଲମ୍ବୀ କରାଇଛନ୍ତି।ଏହି ମେଳାରେ କନ୍ଧମାଳର ହଳଦୀ, ସୋରିଷ, କୁଏରୀ, ମାଣ୍ଡିଆ, ହଳଦୀ ଗୁଣ୍ଡ, କାଙ୍ଗୁ, ଫୁଲଝାଡୁ ଭଳି କନ୍ଧମାଳର ପାରମ୍ପରିକ ସାମଗ୍ରୀ ତଥା ଜଙ୍ଗଲ ଜାତୀୟ ସାମଗ୍ରୀ ମହୁ, ଝୁଣା, ପାଳୁ ଆଦି ବିକ୍ରି କରାଯାଉଛି। ସେହିପରି ଡୋକରା କଳାକୃତି ସାମଗ୍ରୀ ମଧ୍ୟ ସେଠାରେ ବିକ୍ରି ହେଉଥିବାବେଳେ ସେଠାରେ କୁଟିଆ କନ୍ଧଙ୍କ ଚଳଣି ଗୃହ କରାଯାଇଛି। ଯେଉଁଠି ଆଦିବାସୀଙ୍କ ଚଳଣି, ଚାଷ କାର୍ଯ୍ୟ, ପାରମ୍ପରିକ ଖାଦ୍ୟ କନ୍ଧମାଳର କଳା ସଂସ୍କୃତି, ସାହିତ୍ୟ ଆଦି ସେଠାରେ ଦର୍ଶକ ଦେଖିପାରିବେ ବୋଲି ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି। ସେ ନିଜେ ସେଠାରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ଏହି ସମସ୍ତ ଷ୍ଟଲ ଓ କୁଟିଆ କନ୍ଧଙ୍କ ଚଳଣି ଘର ଆଦିକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁସୂଚିତ ଜାତି ଓ ଜନଜାତି ତଥା ଗଣ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ବୁଲି ଦେଖିବା ସହ ପ୍ରଂଶସା କରିଛନ୍ତି।

Leave a Reply

Your email address will not be published. Required fields are marked *