ନୈତିକ ଓ ବୈଦ୍ଧିକ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ ହେଉଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ଗୋପ ୦୭/୦୧/୨୫ ଗୋପ ବ୍ଲକ ଅଧିନସ୍ତ ବନ୍ତୁଳିଗାଁ ପଞ୍ଚାୟତ ର ଯାଉଁଲିପୋଖରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ୨୦୨୪-୨୫ ମହାଶରାରୋହ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଧୁ ହୋଇଥିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ l ସେମାନଙ୍କ ଦ୍ଵାରା ଖୁବ ସୁନ୍ଦର ନୃତ୍ୟ ଓ ସଂଗୀତ ଏବଂ ଅଭିନୟ ରେ ଉପସ୍ଥିତ ଶ୍ରୋତା ମୁଗ୍ଧ ହୋଇଥିଲେ l ବିଭିର୍ଣ୍ଣ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଗଣମାଧ୍ୟମ କ୍ଷେତ୍ରରେ ଓଡିଶା ଏକ୍ସପ୍ରେସ ର ନିୟୁଜ ରିପୋଟର ସଚ୍ଚିଦାନନ୍ଦ ଗୋଛାୟତ ଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ ପୁରୀ ସହଦେବ ସାହୁ ତାଙ୍କ ଅବିଭାଷଣ ପ୍ରସଙ୍ଗରେ କହିଥିଲେ :- ରାଜ୍ୟରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସରସ୍ବତୀ ଶିଶୁମନ୍ଦିର ଓ ବିଦ୍ୟାମନ୍ଦିର ରେ ଯେଉଁଭଳି ବୈଦ୍ଧିକ ଓ ନୈତିକତା ଶିକ୍ଷା ପ୍ରଦାନ କରାଯାଉଛି ତାହା ଅନ୍ୟ ଶିକ୍ଷା ଅନୁଷ୍ଠାନ ଠାରୁ ଉର୍ଦ୍ଧରେ l ତ୍ରିଲୋଚନ ସାର ଯୋଗଦେଇଥିବା ସ୍ଥଳେ, ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତି ର ସଦସ୍ୟ ଦୀନବନ୍ଧୁ ତ୍ରିପାଠୀ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଧର କୁମାର ପ୍ରହରାଜଙ୍କ ଅଧକ୍ଷତା ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ର ସଭାପତି ଦିନବନ୍ଧୁ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ବେହେରା, କୋଷାଧ୍ୟକ୍ଷ ବିମଳା କାନ୍ତ ସ୍ଵାଇଁ ଉକ୍ତ ଉତ୍ସବ କୁ ସୁଚାରୁରୂପେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଥିତି ଓ ଉପସ୍ଥିତ ଅବିଭାବକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ମାତୃଭାରତୀର ଅଧ୍ୟକ୍ଷା ଅହଲ୍ୟା ପାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବ ରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଉତ୍ସବ ଟି ସଫଳତା ହୋଇଥିଲା l ବିଦ୍ୟାଭରତୀ ଅଖିଳ ଭାରତୀ ଶିକ୍ଷା ସଂସ୍ଥାନ ଦ୍ଵାରା ପରିଚାଳିତ ଯାଉଁଲିପୋଖରୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦର ର ଲକ୍ଷ ଏଭଳି ରାଷ୍ଟ୍ରୀୟ ଶିକ୍ଷାପ୍ରଣାଳୀ ବିକାଶ କରିବା ହେଵ, ଯାହା ଦ୍ଵାରା ଏପରି ଯୁବସମାଜ ନିର୍ମିତ ହୋଇପାରିବ, ଯିଏ ହିନ୍ଧୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହୋଇଥିବ ଶାରୀରିକ, ପ୍ରାଣିକ, ମାନସିକ, ବୋୖଦ୍ଧିକ ଏବଂ ଆଧ୍ୟାତ୍ମିକ ଦୁଷ୍ଟିରୁ ପୂର୍ଣ୍ଣ ବିକଶିତ ହୋଇଥିବ ତଥା ଜୀବନର ବର୍ତମାନ ଆହ୍ୱାନ ଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିପାରିବେ ବୋଲି ଅତିଥିମାନେ ଅଭିଭାଷଣରେ ମତପ୍ରକାଶ କରିଥିଲେ। ଶେଷରେ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତାରେ ଭାଗନେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l
