ବ୍ରାଉନ ସୁଗାର ଜବତ।

କାମାକ୍ଷାନଗର, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ ତାଳଚେର ସେଣ୍ଟ୍ରାଲ କଲୋନୀ ଅଂଚଳର ବ୍ରାଉନ ସୁଗାର ବେପାରୀ ଏମ. ଡି ଇସ୍ମାଇଲ। ଏମ ଡି ଇସ୍ମାଇଲ ଠାରୁ ୬. ୮୩ ଗ୍ରାମ (6.83 grams) ବ୍ରାଉନ ସୁଗାର ଜବତ କରିଛି କାମାକ୍ଷାନଗର ପୋଲିସ। ସେ କାମାକ୍ଷାନଗର ଏବଂ ଆଖ ପାଖ ଅଂଚଳରେ ବେଶ କିଛି ଦିନ ହେବ ବ୍ରାଉନ ସୁଗାର ବେପାର କରି ଆସୁଥିଲା। ଯାହାର ପର୍ଦ୍ଦାଫାସ କରିଛନ୍ତି କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା।ତେବେ ସବୁଠାରୁ ରୋମାଞ୍ଚକର କଥା ଯେ ସୋମବାର ଦିନ ବିଳମ୍ବିତ ରାତିରେ ଏମ ଡି ଇସ୍ମାଇଲ ଏବଂ ଅନିଶ କ୍ୟୁରେସି ଉଭୟ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ତାଳଚେର ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ଘଟିଥିଲା।ଭାରସାମ୍ୟ ହରାଇ ଅନିଶ କ୍ୟୁରେସି ଆଳତୁମା ଗାଁ ରାମିଆଳ ନଦୀ ବ୍ରିଜ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଏମ. ଡି ଇସ୍ମାଇଲ। ଦୁର୍ଘଟଣା ପରଠାରୁ ଏମ୍ଡି ଇସ୍ମାଇଲ ଉପରେ ପୋଲିସର ସନ୍ଦେହ ଥିଲା। ତେବେ ଆଜି ଭୋର ସମୟରେ ଏମ୍ ଡି ଇସ୍ମାଇଲ ଦର୍ଘଟଣା ଘଟିଥିବା ସ୍ଥାନଠାରୁ କିଛିଦୁର ରେ ଆଳତୁମା ଗ୍ରାମ ଛକ ନିକଟରେ ଗ୍ରାହାକ ଅପେକ୍ଷାରେ ଥିବାବେଳେ ପୋଲିସ ମାଡିବସି ବ୍ରାଉନଶୁଗାର ଜବତ କରିଛି। ତେବେ ବ୍ରାଉନ ସୁଗାରର ଚେର କେଉଁ କେଉଁ ଅଂଚଳକୁ ଲମ୍ବିଛି ଏବଂ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ଏବଂ କେଉଁଠାରୁ ବ୍ରାଉନଶୁଗାର ଆସୁଛି ତାହାକୁ ନେଇ କାମାକ୍ଷାନଗର ପୋଲିସ ଖୋଳତାଡ଼ ଆରମ୍ଭ କରି ଦେଇଛି। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *