ସୋରଡ଼ା କଂଗ୍ରେସ କମିଟି ପକ୍ଷରୁ ସ୍ବର୍ଗତ ମନମୋହନ ସିଂ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସୋରଡ଼ା:()ଗଞ୍ଜାମ ଜିଲ୍ଲା ସୋରଡ଼ା ବଡ଼ ପଞ୍ଜା କାଳୀ ମନ୍ଦିର ଠାରେ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡ଼ ମନମୋହନ ସିଂହଙ୍କ ବିୟୋଗରେ ସର୍ଵଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ସୋରଡ଼ା ର ବ୍ଲକ ସଭାପତି ଶ୍ରୀ ଯୁକ୍ତ ହରି କୃଷ୍ଣ ରଥ ସଭାପତିତ୍ୱରେ ସୋରଡ଼ା ବଦପୁଞ୍ଜା କାଳୀ ମନ୍ଦିର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସୋରଡ଼ା ବ୍ଲକ ସଭାପତି ହରି କୃଷ୍ଣ ରଥ ,ସତ୍ୟ ପାତ୍ର ସୋରଡ଼ା ଅଶୋକ ମହାନ୍ତି ସୁରମଣୀ ଅଜୟ ପଟ୍ଟନାୟକ ନୂଆଗଡ ଉମା ସ୍ୱାଇଁ ମୟାଙ୍ଗି ବିନାୟକ ଗୌଡ଼ ସଞ୍ଜୟ ପାତ୍ର ବଡ଼ଗଡ଼ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ତାଙ୍କର ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ବହୁ ଲୋକାଭିମୁଖୀ ଯୋଜନା ବାବଦରେ ସ୍ମୃତି ଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ପଞ୍ଚାୟତ ରୁ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *