ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦର ତୃତୀୟ କବିତା ଆସର ।
ଶ୍ରୀକ୍ଷେତ୍ରର ସୁନାମଧନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦର ତୃତୀୟ କବିତା ଆସର ଓ ଆଲୋଚନା ଚକ୍ରତା..୦୭..୦୧..୨୦୨୫ରିଖ ମଙ୍ଗଳବାର ସମୟ ସନ୍ଧ୍ୟା ୦୭ଘଟିକା ସମୟରେ ଶରଧା ବାଲି ସ୍ଥିତ ୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସାଂସ୍କୃତିକ ମଞ୍ଚରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମ୍ମାନନୀୟା ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମହୋଦୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆସରର ଉଦ୍ ଘାଟକ ଓ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ –ଡ଼କ୍ଟର.କୈଳାସ ଚନ୍ଦ୍ର ଟିକାୟତ ରାୟ , ମୁଖ୍ୟ ବକ୍ତା ଭାବରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସମ୍ମାନନୀୟ ସମ୍ପାଦକ —କୁମାର ଚକ୍ରଧର ମହାପାତ୍ର , ବିଶେଷ ଅତିଥି ଭାବରେ ଶିକ୍ଷାବିତ୍ପ୍ରମୋଦା ଦେବୀ , ଓ ଅନୁଷ୍ଠାନରଉପଦେଷ୍ଟା ଭାବରେ ଓଡ଼ିଶା ଲେଖିକା ସଂସଦର ପୂର୍ବତନ ସମ୍ପାଦିକା ଶ୍ରୀମତୀ ସୁବାସିନୀ ଧଳ ଏବଂ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଶୈଳବାଳା ମହାପାତ୍ର ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟାଗଣ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦିକା ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଭକ୍ତି ସଙ୍ଗୀତ ଗାନ କରିଥିଲେ ।

ପରେ ପରେ ଅନୁଷ୍ଠାନର ସଭାପତି ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଅନୁଷ୍ଠାନର ସମ୍ପାଦକୀୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି କହିଥିଲେ ଆମେ ସମସ୍ତ ଲେଖିକା ଏକ ମନ ଓ ଏକ ପ୍ରାଣ ହୋଇ ଅନୁଷ୍ଠାନ ସପ୍ତାବରଣକୁ ବଞ୍ଚାଇ ରଖିବା ଆବଶ୍ୟକ । କାରଣ ଅନୁଷ୍ଠାନ ବଞ୍ଚିଲେ ଭାଷା ବଞ୍ଚିବ । ଏଣୁ ସମସ୍ତ ଲେଖିକା ମାନଙ୍କୁ ଏହି ସାଧନାର ଯଜ୍ଞରେ ହାତ ମିଳାଇବା ପାଇଁ ଆହ୍ୱାନ୍ ଦେଇଥିଲେ ।ପରେ ପରେ ମୁଖ୍ୟ ଅତିଥି ଡ଼କ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ ଅନୁଷ୍ଠାନର ନାମକରଣ ସପ୍ତାବରଣ ବିଷୟରେ ଅତି ସୁନ୍ଦର ସାରଗର୍ଭକ ଭାଷଣରେ ବୁଝାଇଥିଲେ । ତାଙ୍କ ଭାଷଣର ଆଭିମୁଖ୍ୟ ଥିଲା ସପ୍ତଆବରଣରେ ଏହି ଶରୀର ଗଠିତ ଏବଂ ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କଶରୀର ମଧ୍ୟ ଗଠିତ । ଏଣୁ ସାତସଂଖ୍ୟା ଏକ ପବିତ୍ର ସଂଖ୍ୟା । ପରେ ପରେ ମୁଖ୍ୟ ବକ୍ତା କୁମାର ଚକ୍ରଧର ମହାପାତ୍ର ତାଙ୍କ ଭାଷଣରେ ଗୋଟିଏ ପଦ କହିଥିଲେ ପବିତ୍ର ମନରେ କାମ କରି ଚାଲ, ଫଳ ନିଶ୍ଚୟ ପାଇବ । ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍ ପ୍ରମୋଦା ଦେବୀ ସପ୍ତାବରଣ ବିଷୟରେ ଅତି ସୁନ୍ଦର ଭାବରେ ଆଲୋକ୍ ପାତ କରିଥିଲେ । ଏବଂ ଶେଷରେ ଶିକ୍ଷାବିତ୍ ଶ୍ରୀମତୀ ଶୈଳବାଳା ମହାପାତ୍ର ତାଙ୍କ ବକ୍ତଵ୍ୟରେ କହିଲେ ଆମ ମାତୃଭାଷାକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ କାରଣ ଆମ ଓଡ଼ିଆ ଭାଷା ୨୦୧୪ମସିହାରୁ ମାନ୍ୟତା ପଇସାରିଲାଣି । ଏଣୁ ଭାଷାକୁ ସମ୍ମାନ ଦେବା ଓ ଓଡ଼ିଆରେ ସମସ୍ତେ ଲେଖିବା ପାଇଁ ଆହ୍ୱାନ୍ ଦେଇଥିଲେ । ଏହି ମହାର୍ଘ ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ରଚିତ (ପୁସ୍ତକ ପୁରାଣ ଗାଥା )ମୁଖ୍ୟ ଅତିଥି ଡ଼କ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟଙ୍କ କର କମଳରେ ଲୋକାର୍ପଣ ହୋଇଥିଲା ଏବଂ ଏହି ଲୋକାର୍ପଣ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ନିମନ୍ତ୍ରିତ ହୋଇଥିଲେ ପୁସ୍ତକ ପୁରାଣ ଗାଥାର ପ୍ରକାଶକ ତଥା ପ୍ରିୟପତ୍ରର ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ।

ଏହି ପବିତ୍ର ଅବସରରେ ଦିବ୍ୟ ଦର୍ଶନର ସମ୍ପାଦିକା ଶ୍ରୀମତୀ ପ୍ରବାସିନୀ ମିଶ୍ର ଓ କବୟିତ୍ରୀ ଶ୍ରୀମତୀ କମଳିନୀ ପାଣିଗ୍ରାହୀଙ୍କ ସଂଯୋଜନା କ୍ରମେ ବରିଷ୍ଠ କବି ଆର୍ତ୍ତତ୍ରାଣ ମାନସିଂ, ରବୀନ୍ଦ୍ର ନାଥ ପଟ୍ଟନାୟକ , ଅଧ୍ୟାପକ ଅଶୋକ କୁମାର ମିଶ୍ର, ସନ୍ଧ୍ୟାରାଣୀ ସେଠୀ , ଉର୍ମିଳା ସାମନ୍ତରାୟ , ଡାକ୍ତର ପ୍ରମିଲ୍ କୁମାର ନନ୍ଦ , ମିନତି ମିଶ୍ର , ପ୍ରଲିପ୍ତା ଛୋଟରାୟ , ମନସ୍ବିନୀ ବେହେରା , ସନ୍ତୋଷିନୀ ବେହେରା, ସ୍ନେହାସିନୀ ବେହେରା, ଶୁଭଶ୍ରୀ ମହାପାତ୍ର , ରୋଜାଲିନ୍ ପଣ୍ଡା , ମହେଶ୍ୱର ଜେନା , ପ୍ରଭାତ ଚନ୍ଦ୍ର ରଥ , ସୁବାସ ଚନ୍ଦ୍ର ମିଶ୍ର , ପଣ୍ଡିତ ସଦାଶିବ ମିଶ୍ର , ମିନତି ପଟ୍ଟନାୟକ , କରୁଣାକର ଭୋଳ , ସୁଦୀପ୍ତା ମିଶ୍ର, ଚିନ୍ମୟୀ ଗଜେନ୍ଦ୍ର, ଡ଼କ୍ଟର ସସ୍ମିତା ମିଶ୍ର, ମିନତି ମିଶ୍ର , ପ୍ରତିଭା ଦାଶ , ରଚନା ଦାଶ , ସତ୍ୟଭାମା ନାୟକ, ଯୋଗେଶ୍ୱର ନାୟକ, ବ୍ରଜବନ୍ଧୁ ବେହେରା, ଚନ୍ଦ୍ରଶେଖର ନାୟକ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର , ଆଦିତ୍ୟ ଶର୍ମା , ଅଭିମନ୍ୟୁ ରାୟଗୁରୁ , ସୁବାସିନୀ ଧଳ , ପ୍ରମୋଦା ଦେବୀ , ପ୍ରବାସିନୀ ମିଶ୍ର , କମଳିନୀ ପାଣିଗ୍ରାହୀ ଓ ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ ଏବଂ ସଭା ସାଙ୍ଗ କରିଥିଲେ ସଭାପତି ବିଜୟଲକ୍ଷ୍ମୀ ଦାଶ ।🌹ଜୟ ଜଗନ୍ନାଥ 🌹ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ସାଧାରଣ ସମ୍ପାଦିକାସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ।
