ଭଦ୍ରକ ପୁରୁଣା ଘରେ ନୂଆ ହସ୍ପିଟାଲ

ଭଦ୍ରକ :-୨୭/୧୦:- ଭଦ୍ରକରେ ଅନେକ ଯୋଜନା ରାତି ଅଧିଆରେ ହେଉଛି ଯାହା ଭଦ୍ରକବାସୀ ଅନେକ ସମୟରେ ଅନ୍ଧାରରେ ରହି ଯାଉଛନ୍ତି ହେଲେ ଯୋଜନା ବିଷୟରେ ଜାଣି ପାରୁ ନାହାଁନ୍ତି । ନିର୍ବାଚନ ଆସିଲେ ଶାସକ ଦଳ ତରଫରୁ ଲୋକଙ୍କୁ ଭୁଆଁ ବୁଲାଇ ବିଭିନ୍ନ ପୁରୁଣା ପ୍ରକଳ୍ପକୁ ନୂଆ କରାଯାଉଛି । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଏପରି ଏକ ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । ଭଦ୍ରକ ବ୍ଲକ ଅଧିନସ୍ଥ ଏରେଇଁ ଗ୍ରାମ ପଞ୍ଚାୟତରେ ୩/୩/୨୦୧୮ ମସିହାରେ ଭଦ୍ରକର ପୂର୍ବତନ ବିଜେଡି ବିଧାୟକ ଏହାକୁ ଉଦଘାଟନ କରିଥିଲେ । ଏହାର ନାମ ଥିଲା ‘ରାଜୀବ ଭବନ’ ଆଜି ଏହି ପୁରୁଣା ଭବନକୁ ମରାମତି କରି ପୁଣି ନୂଆ ଭାବରେ ‘ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ‘ ନାମରେ ଦ୍ବିତୀୟ ଥର ଏବେକାର ବିଧାୟକ ଉଦଘାଟନ କରିବା ପଛରେ ଉଦେଶ୍ୟ କଣ ! ଯାହା ଲକ୍ଷାଧିକ ଟଙ୍କା ବିଲ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ପୂର୍ବରୁ ଯେଉଁ ବ୍ଲକ ଚେୟାରମ୍ୟାନ ଏବଂ ସରପଞ୍ଚ ଅତିଥି ଥିଲେ ଏବେ ପୁଣି ସେମାନେ ଅତିଥି ।। ଏହା ବିଜେଡି ସରକାରଙ୍କ ପାରମ୍ପରିକ ରୀତି ନା ନିରୀହ ଲୋକଙ୍କୁ ଭୁଆଁ ବୁଲାଇବା ଅଭିଯାନ ।

ରିପୋର୍ଟ :ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *