ଜଗତସିଂହପୁର ଜିଲ୍ଲା ନାବାର୍ଡ ପକ୍ଷରୁ ଚାଷୀଙ୍କୁ ଋଣ ପ୍ରଦାନ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଠାରେ ନାବାର୍ଡ ପକ୍ଷରୁ କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ, ବ୍ୟାଙ୍କ ଅଫ ବରୋଦା ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍ଫେଡ଼ର୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଥିବା ବେଳେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କେ କେ ମିଶ୍ର, ଡିଏମଡି ଅଜୟ କୁମାର ସୁଡ଼, ବ୍ୟାଙ୍କ ଅଫ ବରୋଦା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଣା ଓହିଦ, ଜଗତସିଂହପୁର ଜିଲ୍ଲା ବିକାଶ ପ୍ରବନ୍ଧକ ବିଶ୍ୱ ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ୍ବ ଦୁଗ୍ଧ ଚାଷୀ ମାନଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଚାଷୀମାନଙ୍କୁ ୨କୋଟି ୬୦ ଲକ୍ଷ ଟଙ୍କାର ଋଣ, ଦୁଇଟି ଟ୍ରାକ୍ଟର, ୩ଟି କୃଷକ ଉତ୍ପାଦନ ମୋବାଇଲ ଭ୍ୟାନ ପ୍ରଦାନ କରାଯାଇଥିଲା । ତେବେ ଆଗାମୀ ଦିନରେ ଚାଷୀ ମାନଙ୍କୁ ନାବାର୍ଡ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସହାୟତା ରେ ଅଧିକ ଋଣ ପ୍ରଦାନ କରାଯିବ ବୋଲି କହିଛନ୍ତି ମହା ପ୍ରବନ୍ଧକ ।

Leave a Reply

Your email address will not be published. Required fields are marked *