ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଭଦ୍ରକ :୨୮/୧୦:- ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ନିକଟସ୍ଥ ଚାରି ନମ୍ବର କେନାଲ କଲ୍ୟାଣି-କାଙ୍କରା ମଧ୍ୟସ୍ଥଳ କେନାଲ କଡରେ ଥିବା ଏକ ଅଶ୍ୱସ୍ଥ ଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବାର ବେଳେ ଗଛମୂଳରେ ତାଙ୍କର ସ୍କୁଟି ଓ ଚପଲ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଧାମନଗର ପୋଲିସ ଜଣାଇବା ପରେ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ମୃତ ଯୁବକ ଜଣକ କଲ୍ୟାଣୀ ନଗରୀର ବିଜୟ କୁମାର ଦତ୍ତଙ୍କ ଏକମାତ୍ର ପୁଅ ପରମାନନ୍ଦ ଦତ୍ତ( ୩୦) ବୋଲି ଜଣାଯାଇଛି। ସେ ଭଦ୍ରକ ରିଲିଆନ୍ସ ସ୍ମାର୍ଟ ବଜାରରେ କାମ କରନ୍ତି। ୯ ମାସ ପୂର୍ବେ ଯାଜପୁର ଜିଲ୍ଲାରେ ବିବାହ କରିଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୈଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
