ବ୍ୟାଙ୍କ ଅଫ ବରୋଦା ନୂତନ ଶାଖା ଉଦଘାଟିତ

।ରଘୁନାଥପୁର:-୨୦/୧()ରଘୁନାଥପୁର ବଜାରରେ ବିଓବି () ର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ବ୍ୟାଙ୍କର ସହକାରୀ ପରିଚାଳକ ଅସିତ୍ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏକ୍ଜ୍ୟୁକେଟିଭି ଡାଇରେକ୍ଟର ବୀଣା ୱାହିଦ, ଜୋନାଲ ହେଡ୍ ତଥା ଜିଏମ ସ୍ଵୋପ୍ନା ବନ୍ଦୋପାଦ୍ଧୟ, ରିଯିଓନାଲ ମ୍ୟାନେଜର ରଞ୍ଜିତ କୁମାର, ଚିଫ୍ ମ୍ୟାନେଜର ବିବେକ ପ୍ରସାଦ ମଲ୍ଲିକ, ଡିଜୀଏମ ସମ୍ପଦ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ

ଏହି ଅବସରରେ ଅଧିକାରୀମାନେ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ବ୍ୟାଙ୍କ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ମତବ୍ୟକ୍ତ କରିଥିଲେ।ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ଶେଷରେ ସହକାରୀ ପରିଚାଳକ ମିଶ୍ର ଉପସ୍ଥିତ ଗ୍ରାହକ ଓ ଅଧିକାରୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *