ପଞ୍ଚାୟତସ୍ତରୀୟ ଧାନ ମଣ୍ଡି ଉଦଘାଟିତ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର କୃଷକ ସେବା ସମବାୟ ସମିତି ଓ ପୁରୁଣା ବସନ୍ତ ପଞ୍ଚାୟତରେ ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ଜଗନ୍ନାଥପୁର ସମବାୟ ସମିତି ପକ୍ଷରୁ ଆୟୋଜିତ ଏହି ଉଦଘାଟନ ରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ,ରଘୁନାଥପୁର ବ୍ଲକ ଉପାଧ୍ଯକ୍ଷ ଦେବାଶିଷ ତ୍ରିପାଠୀ ,ସଭାପତି ଅଜୟ କୁମାର ଦାସ,ସମ୍ପାଦକ କପିଳେନ୍ଦ୍ର ପରିଡା ଏବଂ ସମସ୍ତ ସମବାୟ ସମିତିର ପ୍ରମୁଖ ମେମ୍ବରଙ୍କ ଉପସ୍ଥିତିରେ ମଣ୍ଡି ଉଦଘାଟନ ହୋଇଥିଲା । ଜିଲ୍ଲାରେ ମୋଟ 8ଟି ବ୍ଲକରେ 115 ଟି ମଣ୍ଡି ଖୋଲା ଯିବାକୁ ଥିବାବେଳେ ବ୍ଳକରେ ମଣ୍ଡି ଖୋଲିବା ସହିତ ଆସନ୍ତା 21ତାରିଖରେ ବାକି ଥିବାସ 5ଟି ବ୍ଲକରେ ସମସ୍ତ ମଣ୍ଡି ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ମଣ୍ଡି ରେ ସିସିଟିଭି ବ୍ୟବସ୍ଥା କରାଯାଇ ଥିବା ବେଳେ ପ୍ରତି ମଣ୍ଡି ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ଦିଆଯାଇଛି । ତେବେ ସମସ୍ତ ମଣ୍ଡି ରେ ସ୍ୱଚ୍ଛତା ରହିବା ସହିତ ଚାଷୀ ମାନେ ଠିକ ସମୟରେ କିପରି ତାଙ୍କର ଧାନର ମୂଲ୍ୟ ପାଇପାରିବେ ସେ ସବୁ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଜିଲ୍ଲାରେ 106 ଟି ପ୍ରାଥମିକ କୃଷି ସମବାୟ ସମିତି ଓ 9ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
