ଗୁରୁ ଦିବସ ପାଳନ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ତା. ୦୧/୦୯ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ମିଳିତ ଆନୁକୂଲ୍ୟରେ ଗୁରୁ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ନ ସ୍ୱାଗତ ଭାଷଣ କ୍ରମରେ ଚଳିତ ସେପ୍ଟେମ୍ବର ପାଞ୍ଚ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ରାଜ୍ୟସ୍ତରୀୟ ଗୁରୁ ପୂଜନ ମହୋତ୍ସବ ଆୟୋଜନ ସଂକ୍ରାନ୍ତରେ ସୂଚନା ଦେଇଥିଲେ।ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ଅଭିରାମ ରାଉଳ, ବଳଦେବ ସାହୁ, ସରୋଜ କୁମାର ପଣ୍ଡା, ଅନିଳ କୁମାର ପାତ୍ର, ପ୍ରମୁଖ କର୍ମକର୍ତ୍ତା ବୈଠକରେ ଅଂଶ ଗ୍ରହଣ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ଚାଳିଶି ଜଣ ସଂସ୍କୃତି କ୍ଷେତ୍ରର ଗୁରୁଙ୍କୁ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ସହିତ ଶ୍ରୀଶ୍ରୀ ମା’ ନାରାୟଣୀ ନାଟ୍ୟ ସଂଘ, ଭାଲିଆଝୋଳା ପ୍ରଯୋଜିତ ତଥା ଗୁରୁ ନୀଳାଞ୍ଚଳ ମିଶ୍ର ନିର୍ଦ୍ଦେଶିତ ଲୋକନାଟକ ଭାରତ ଲୀଳା ପ୍ରଦର୍ଶନ ମାଧ୍ୟ୍ୟମରେ ଆପ୍ୟାୟିତ କରାଯିବା ନେଇ ସ୍ଥିର କରିଥିଲେ। ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଭିଡିଓ କନଫରେନ୍ସ ଯୋଗେ ଗୁରୁମାନଙ୍କୁ ଅଭୁତପୂର୍ବ ସମ୍ମାନ ପ୍ରଦର୍ଶନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଂଜନ ଦଳେଇ, ଦେବେନ୍ଦ୍ର ପ୍ରସାଦ ଶର୍ମା, ହରିଶ୍ଚନ୍ଦ୍ର ବରଡ଼, ବି. ପ୍ରସାଦ ରାଓ, ଡଃ. ବିଜୟ ଚନ୍ଦ୍ର ମହାରଣା, ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ କଳାପ୍ରାଣ କୈଳାସ ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *