ମା ଭୂଆସୁଣୀ ଉଚ୍ଚ ବିଦ୍ୟାଳୟ ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମା ଭୂଆସୁଣୀ ଉଚ୍ଚ ବିଦ୍ୟାଳୟ ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ lଗୋପ ୨୨/୦୧/୨୫/()ପୁରୀ ଜିଲ୍ଲା ର ଗୋପ ବ୍ଲକ ଅଧୀନ ବେଦପୁର ପଞ୍ଚାୟତ ଅନ୍ତର୍ଗତ ହନ୍ତସରା ଗ୍ରାମରେ ଥିବା ମା’ ଭୂଆସୁଣୀ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି | ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁଦତ୍ତ ନାୟକ ଏଥିରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲା ଅତିରିକ୍ତ ଶିକ୍ଷା ଅଧୁକାରୀ ହିମାଂଶୁ ଭୂଷଣ ସମରଥ ସମ୍ମାନୀୟ

ଅତିଥିଭାବେ ଗୋପ ବ୍ଲକ ଉପାଧ୍ଯକ୍ଷ ବନରଞ୍ଜନ ପଟ୍ଟନାୟକ, ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ,ଜଗତ୍‌ସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧ ସୁଶାନ୍ତ ସ୍ବାଇଁ, ବିଜୟ ନାୟକ, ବେଦପୁର ସରପଞ୍ଚ ଜୟନ୍ତୀ କେନା, ସମିତି ସଭ୍ୟl ଲିପିକା ସେନାପତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର ମିଶ୍ର, ପୁରାତନ ଛାତ୍ର ସଂସଦ ସଭାପତି ସହଦେବ ସାହୁ, ପରିଚାଳନା କମିଟି ର ସଭ୍ୟ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଚlରlରୋପଣ ଶ୍ରୀମତୀ ପରିଡା ଙ୍କ ଦ୍ଵାରା କରାଯାଇଥିଲା l ବୃକ୍ଷ ହିଁ ଜୀବନ ପରିବେଶ କୁ ଯଦି କିଏ ସନ୍ତୁଳନ ରଖୁଛି ତାହା ହିଁ ବୃକ୍ଷ ଏଣୁ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବାକୁ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ l ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ବାର୍ଷିକ ବିବରଣୀ ପାଠରେ ବିଦ୍ୟାଳୟ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କ ସମ୍ପର୍କ ପାଠ କରିବା ସମୟରେ ବିଦ୍ୟାଳୟ ରେ ସମସ୍ୟାର ସମାଧାନ ସମ୍ପର୍କ ରେ ଅବଗତ କରାଯାଇଥିଲା l ସମସ୍ୟାର ସମାଧାନ କ୍ଷେତ୍ରରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି l ବିଦ୍ୟାଳୟ ରେ ଏକ ଖେଳ ପଡିଆ ଓ ସାଇକେଲ ଷ୍ଟାଣ୍ଡ, ଶୌଚାଳୟ ଏବଂ ବଡ଼ ହଲ ନିର୍ମାଣ ଲାଗି ଅର୍ଥ ମଞ୍ଜୁର କରାଯିବ ବୋଲି ସୂଚନା ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *