ପରଜଙ୍ଗରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କାମାକ୍ଷାନଗର:୨୯/୧୦- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପରଜଙ୍ଗ ମିନିଷ୍ଟାଡିୟମ ଠାରେ ଶୁକ୍ରବାର ଦିନ ବିଜୁ ଜନତା ଦଳ ପକ୍ଷରୁ ଏକ ପରିବର୍ଦ୍ଧିତ କାର୍ୟ୍ଯକାରିଣୀ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିଥି ମାନେ ପ୍ରଦୀପ ପ୍ରଯୋଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଦଳୀୟ ଉତରିୟ ଦେଇ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ଡା ନୃସିଂହ ଚରଣ ସାହୁ, ଢେଙ୍କାନାଳ ସାଂସଦ ମହେଶ ସାହୂ, ବିଧାୟକ ସୁଧୀର କୁମାର ସାମଲ, ପର୍ଯ୍ୟବେକ୍ଷକ ଦେବାଶିଷ ସିଠ,ଯୋଗ ଦେଇ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳକୁ କିପରି ଆହୁରି ଅଧିକ ସୁଦୃଢ କରାଯିବ ଦଳୀୟ କର୍ମୀ ମାନଙ୍କ ସହିତ ଏନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସମେତ ପରଜଙ୍ଗ ଯୁବ ନେତା ଅସିତ କୁମାର ରାୟ ଚୌଧୁରୀ, ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ,ବ୍ଲକ ଅଧକ୍ଷ ଅକ୍ଷୟ ବେହେରା, ଙ୍କ ସମେତ ପରଜଙ୍ଗ ବ୍ଲକର ସମସ୍ତ ନାରୀ ନେତ୍ରୀ,ଜିଲ୍ଲା ପରିଷଦ ମେମ୍ବର, ସରପଞ୍ଚ ଓ ସମିତି ମେମ୍ବର ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *