ଶିକ୍ଷୟିତ୍ରୀ ମମିତା ମେହେର ଏବଂ ରୀନାରାଣୀଙ୍କୁ ନ୍ୟାୟ ଦାବିରେ ବିପଦବନ୍ଧୁ ସେବା ସଂଗଠନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ବିଗତ ଓଡିଶାରେ ଘଟିଯାଇଥିବା ଦୁଇ ଦୁଇଟି ନିରୀହ ଭଉଣୀ କଳାହାଣ୍ଡି ମହାଲିଙ୍ଗ କଲେଜର ଅଧକ୍ଷା ମମିତା ମେହେର ଏବଂ କେଉଁଝର ଜିଲ୍ଲାର ନାରୀନେତ୍ରୀ ରୀନାରାଣୀଙ୍କୁ ନ୍ୟାୟ ଦାବିରେ ଆଜି ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ବିପଦବନ୍ଧୁ” ତରଫରୁ ଆଜି ସନ୍ଧ୍ୟା ,୫ ଘଟିକା ସମୟରେ କୋଲ୍ହ ଦିବ୍ୟଭୂମି ନିକଟରୁ ସଂଗଠନ ର ସମାଜସେବୀ ଭାଇମାନଙ୍କ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ବାହାରି ସିନ୍ଦୋଳ ପଣ୍ଡା ପୋଖରୀ ନିକଟ ପର୍ଯ୍ୟନ୍ତ ପହଞ୍ଚି ସର୍ବଶେଷରେ ଦାସସାହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦୀପ ଲଗାଯାଇ ଓଡିଶାର ଏହି ଦୁଇ ଭଉଣୀଙ୍କର ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଯାଇଥିଲା, ଏହି କ୍ୟାଣ୍ଡେଲ ଶୋଭାଯାତ୍ରାଟିକୁ ସଂଗଠନର ସଭାପତି କୈଳାଶ ସାହୁ, ଉପ ସଭାପତି ସୁଜିତ ସାହୁ, ସମ୍ପାଦକ ଅଲେଖ ଜେନା, ମୁଖ୍ୟ ଉପଦେଷ୍ଟା ରଞ୍ଜନ ଶୁକ୍ଳ, କୋଷାଧକ୍ଷ ରାଜେୟ ବାରିକ ଏବଂ ମେଡିଆ କୋର୍ଡିନେଟର ଲୋକନାଥ ପରିଡା ଆୟୋଜନ କରିଥିଲେ, ସଂଗଠନର ଅନ୍ୟ ସମସ୍ତ ସମାଜସେବୀ ତପନ ବାରିକ,ବିଜୟ ଜେନା, ପିତନ,ବୁଲୁ, ଟୁଲୁ, ରଞ୍ଜନ,ରାଜେଶ, କୁଶକିଶୋର, ବାପୁନ ସ୍ୱପ୍ନା ନାୟକ, ସୁଶାନ୍ତ, ସର୍ବେଶ୍ୱର ମହାଳିକ ଓରଫ କାଳିଆ ଆଦି ପ୍ରମୁଖ ସଦସ୍ୟ ଏହି ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଭୁ ବଜରଙ୍ଗଵାଲୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
