ଶ୍ରୀ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ର”ପଞ୍ଚସଖା ଶ୍ରୀ ଜଗନ୍ନାଥ ଶୀର୍ଷକ ” ଆଲୋଚନା ଚକ୍ର l
ଆଜି ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ବଲ୍ଲଭ, ପୁରୀ ଠାରେ କ୍ଷେତ୍ରlଧିପତି ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ “ଶ୍ରୀ ଜଗନ୍ନାଥ ଓ଼ ଶ୍ରୀକ୍ଷେତ୍ର “ଶୀର୍ଷକ ଏକ ଆଲୋଚନା ଭକ୍ତି ପୁତ୍ତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସମ୍ପାଦକ ଅଧ୍ୟାପକ ଦୟାନିଧିପଣ୍ଡା ଜଗନ୍ନlଥ ବନ୍ଦନା କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବଳରାମ ଦାଶ ସଭାପତିତ୍ୱ କରି କହିଲେ, ପଞ୍ଚସଖା ଥିଲେ ପଞ୍ଚଶାଖା,ଶ୍ରୀ ଜଗନ୍ନାଥ ସ୍ୱୟଂ ପରଂବ୍ରହ୍ମ l ଶ୍ରୀ ଚୈତନ୍ୟ ଗୌଡୀୟ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ l ତାଙ୍କ ରଚିତ ଗ୍ରନ୍ଥ ଗୁଡିକରେ ଜଗନ୍ନାଥ ଙ୍କର ବିସ୍ତୃତ ବର୍ଣ୍ଣନା ରହିଛି l ସମ୍ମାନୀତ ଅତିଥି ରୁପେ,ରଘୁନାଥ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କମଳାକାନ୍ତ ମିଶ୍ର ବକ୍ତା ମାନଙ୍କ ମଧ୍ୟରେ ଅଧ୍ୟlପକ ଡ଼. ଶଙ୍କର୍ଷଣ ପ୍ରଧାନ,ରୂପରଞ୍ଜନ ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଶୋକ କୁମାର ଅlଢିୟ,ମନ୍ଦାକିନୀ ଆଚାର୍ଯ୍ୟ, ଆସlମରୁ ଆସିଥିବା ଭକ୍ତ ପବନ ପଦାର, ନାରାୟଣ ଦାଶ ପ୍ରମୁଖ ଯୋଗଦେଇଥିଲେ l

ଅତିଥିମାନେ କହିଥିଲେ, ପଞ୍ଚସଖାଙ୍କ ରଚିତ ତଥା ବଳରାମ ଦାସଙ୍କ ଜଗମୋହନ ରାମାୟଣ,, ଲକ୍ଷ୍ମୀ ପୁରାଣ,ଭାବ ସମୁଦ୍ର, ବଟ ଅବକାଶ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଦାରୁ ବ୍ରହ୍ମଗୀତା, ଗୁଣ୍ଡିଚାବିଜେ ତୁଳାଭିଣl, ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶପୁରାଣ, ଶୂନ୍ୟ ସହିଂତା, ଗରୁଡ ଗୀତା, ଯଶୋବନ୍ତ ଦlସଙ୍କ ଗୋବିନ୍ଦଚନ୍ଦ୍ର ଟିକା,ହେତୁ ଉଦୟ ଭାଗବତ, ଶିବ ସ୍ଵରୋଦୟ, ଶିଶୁ ଅନନ୍ତ ଦାସ ଙ୍କର ପିଣ୍ଡ ବ୍ରହ୍ମାଣ୍ଡ ଗୀତା, ଅଣାକାର ଶବ୍ଦବ୍ରହ୍ମ, ଗ୍ରଂଥ ଗୁଡିକରେ ଶ୍ରୀ ଜଗନ୍ନାଥଙ୍କର ଗୁଢ ତତ୍ତ୍ରର ବ୍ୟାଖ୍ୟା କରାଯାଇଥିବାର ମାତାବ୍ୟକ୍ତ ରିଥିଲେ l
