ଯୁବ ମହିଳା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ବୈଠକ
କାମାକ୍ଷାନଗର- ୩୧/୧୦/୨୧– ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ସ୍ଥିତ କଙ୍କଡ଼ାହାଡ଼ ଯାତ୍ରା ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା ‘ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ’ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମର ମଞ୍ଚାସିନ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଢେଙ୍କାନାଳ ସାଂସଦ ମହେଶ ସାହୁ,ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ମାନ୍ୟବର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ,ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ,ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ପର୍ଯ୍ୟବେକ୍ଷକ ଶିବାଶିଷ ସେଠ,ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା,ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ସୁରଜ୍ ମହାପାତ୍ର ,କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ତଥା ବିଜୁ ଯୁବ ସଭାପତି କାର୍ତ୍ତିକ ସାହୁ,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି,କଙ୍କଡ଼ାହାଡ଼ ବ୍ଲକ ବିଜେଡି ସଭାପତି ରମେଶ ସାହୁ,ବିଜୁ ମହିଳା ସଭାନେତ୍ରୀ ସୁକାନ୍ତି ପ୍ରଧାନ,କଙ୍କଡ଼ାହାଡ଼ ଛାତ୍ର ବିଜେଡି ସଭାପତି ଦେବବ୍ରତ ସାହୁ ଯୋଗ ଦେଇଥିଲେ।ଆଜିର ବୈଠକ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର ନେତୃତ୍ୱକୁ ମାର୍ଗ ଦର୍ଶନ ପାଇଁ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ନେତୃବୃନ୍ଦ ବୈଠକରେ ଉପସ୍ଥିତ ରହି ବୈଠକ ସଫଳ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଉଅଛୁ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
