ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚର ପ୍ରଥମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ଭଦ୍ରକ :୧/୧୧: ତିହିଡି ସଂଗୀତ ମହାବିଦ୍ୟାଳୟ ପରିସରରେ ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚର ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ ଦାସଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାମାଜସେବୀ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସମାଲୋଚକ, ଆଗରପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନାରାୟଣ ସେନାପତି ମଞ୍ଚାସୀନ ରହି ନୂତନ ସାରସ୍ୱତ ସ୍ରଷ୍ଟାଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଟାଇମପାସ ଭୁବନେଶ୍ୱର ନିର୍ଦ୍ଦେଶକ କବି ସରୋଜ ବଳ ଯୋଗଦେଇ ନୂଆକରି ଲେଖାଲେଖି ଜଗତରେ ପାଦ ଥାପିଥିବା ସ୍ରଷ୍ଟାମାନେ ନିଜର ଅନ୍ତପ୍ରେରଣାରେ ସାରସ୍ବତ ସାଧନାରେ ପ୍ରବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସଂଗଠନର ଆବାହକ ଯୁବଗାଳ୍ପିକ କୈଳାସ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କବି ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଯୋଜକ ଯୁବକବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କବିୟତ୍ରୀ ସୁରୁଚିପ୍ରଭା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ଯୁବକବି ନିରଞ୍ଜନ ବାରିକ ଗାଳ୍ପିକ, ମନୋଜ ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ବିଚିତ୍ରାନନ୍ଦ ଜେନା, ମାମି ପାତ୍ର, ମିତାଞ୍ଜଳି ଦାସ, ଜ୍ଞାନରଞ୍ଜନ ନାୟକ, ମାନସ ପାଢୀ, ବସନ୍ତ ଦାସ, ଆଶୁତୋଷ କରଣ, ଦେବେନ୍ଦ୍ରନାଥ ମହାଳିକ, ମୁକୁନ୍ଦଦେବ ନାୟକ, ମଥୁରା ମୋହନ ବେହେରା, ଶୀତଳ କୁମାର ବେହେରା, ବିଜୟ ବାରିକ, ମନୋରଂଜନ ମୁଦୁଲି, ତପନ ହାତୀ, ଜଗନ୍ନାଥ ମହାନ୍ତି, ନନ୍ଦନ ମିଶ୍ର, ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ସମସ୍ତ କବିଙ୍କୁ ମଞ୍ଚ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରେରଣାପତ୍ର ପ୍ରଦାନ କରାଯାଇଥିଲା।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
