ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ
ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶିକ୍ଷା ବ୍ୟବସ୍ଥା ରେ ଉନ୍ନତ ମାନ ଆଣିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଉଛନ୍ତି | ହେଲେ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଶିକ୍ଷକ ଙ୍କ ଅଭାବ ସବୁ ଦିଗକୁ ବିକଳାଙ୍ଗ କରିଦେଉଛି | ଅନେକ ବିଦ୍ୟାଳୟ ରେ ଆଠ ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ | କିଛି ସ୍ଥାନରେ ଅବିଭାବକ ମାନେ ବିଦ୍ୟାଳୟର ଏଭଳି ଅବସ୍ଥା ଦେଖି ବିଦ୍ୟାଳୟ ରେ ତାଲା ପକେଇଦେଇ ପ୍ରଶାସନ ବିରୋଧରେ ପ୍ରତିବାଦ ଜଣାଉଛନ୍ତି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ଅଧୀନ ଦାଇଁଲୋ ପଞ୍ଚାୟତ ଦାଇଁଲୋ ଗ୍ରାମ ସ୍ଥିତ ବୈଦେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି | ଦୀର୍ଘ ୩ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ଛାତ୍ରଛାତ୍ରୀ ମାନେ | ଯାହାକୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିପାରିନି | ଫଳରେ ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଗେଟ ରେ ତାଲା ପକାଇବା ସହିତ ଗେଟ ସମ୍ମୁଖରେ ବସି ରହିଥିଲେ |ତାଙ୍କ ସହ ସରପଞ୍ଚ ଅନିତା ବାରିକ ସାମିଲ ହୋଇ ଏହାକୁ ତ୍ୱରାନ୍ୱତ କରିଥିଲେ |ବିଦ୍ୟାଳୟ କୁ ନୂତନ ଶିକ୍ଷକ ନମିଳିବା ପର୍ଯ୍ୟନ୍ତ ଗେଟ ରେ ତାଲା ପଡି ରହିବ ବୋଲି ଅବିଭାବକ ମାନେ ନିଷ୍ପତ୍ତି ନେଇଛନ୍ତି |
