ପୁଲୱାମା ସହିଦ ହୋଇଥିବା ଯବାନଙ୍କ ପୂନ୍ୟତିଥି ରେ ରକ୍ତଦାନ ଶିବିର
ପୁଲୱାମା ସହିଦ ହୋଇଥିବା ଯବାନଙ୍କ ପୂନ୍ୟତିଥି ରେ ରକ୍ତଦାନ ଶିବିର ।
ପୁଲୱାମା ଆତଙ୍କବାଦୀର ଆତ୍ମଘାତୀ ବିସ୍ଫୋରଣ ରେ ସହିଦ୍ ୪୦ ଜଣ ସିଆରପିଏଫ ଜବାନଙ୍କ ପୁଣ୍ୟତିଥିରେ ସହିଦ ମାନେ ଦେଶ ପାଇଁ ଦେଇଥିବା ବଳିଦାନ କୁ ସମ୍ମାନ ଜଣାଇ ଟିମ୍ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା। ଆଜି ସକାଳ ୮ଟା ରେ ଟିମ୍ ର ଆବାହାକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ବରେ ଫୁଲବାଣୀ ରକ୍ତ ଭଣ୍ଡାର ଠାରେ ଟିମ୍ ର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇଥିଲେ। ସେଠାରେ ପ୍ରଥମେ ସହିଦ୍ ଜବାନଙ୍କ ତୈଳଚିତ୍ର ଥିବା ଏକ ବ୍ୟାନର ଧରି ସହିଦ୍ ଜବାନ ଅମର ରହେ ନାରା ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଆଦର୍ଶ ଟାଉନ ଥାନା ଅଧିକାରୀ ଶ୍ରୀ ସ୍ଵରୁପ କିଶାନ ଉଦଘାଟନ କରିବା ସହିତ ଟିମର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଇପସ୍ଥିତ ଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସକାଳୁ ଆରମ୍ଭ ହେଇଥିବା ଏହି ଶିବିରରେ ମୁଖ୍ୟ ଅତିଥିଙ୍କ ସହ ଏସ ଆଇ ସରୋଜ କୁମାର ସାହୁ, ଡିଏଫଓ ଶ୍ରୀ ପ୍ରଶାନ୍ତ ପଟେଲ୍, ରେଞ୍ଜର ଶିବାନନ୍ଦ ଲେଙ୍କା,ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ସନ୍ତୋଷ ପାଢ଼ୀ,ଡିପିଏମ୍, ଡିଏମ୍ଆରସି, ନର୍ସିଂ ଅଫିସର, ମନୋଜ ପଣ୍ଡା ଙ୍କ ମୁଖ୍ୟ ଚିକତ୍ସାଳୟ ର ସମସ୍ତ ଡାକ୍ତର ସହ ରକ୍ତଦାତା ସମିତିର ସଦସ୍ୟ ତଥା ରକ୍ତ ଭଣ୍ଡାରର ଅଧିକାରୀ ଜୟଦୀପ ଘୋଷ ତଥା ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ, ବିଏସସି ନର୍ସିଂ କଲେଜ ଛାତ୍ରୀ, ସରକାରୀ ଆଇଟିଆଇ ଛାତ୍ର, ସରକାରି ସ୍ଵୟଂଶାସିତ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡଃ.ଅଭିପ୍ସା ପଲ୍ ଏବଂ ୟୁଥ ରେଡ୍ କ୍ରସର ଛାତ୍ରୀ ଏବଂ ମିତ୍ର ଫାଉଣ୍ଡେସନ ର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ରକ୍ତଦାନ କରିବା ସହ ବିଭିନ୍ନ ରକ୍ତଦାତାଙ୍କୁ ଉତ୍ସାହିତ କରି ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ଟିମ୍ ହ୍ୟୁମାନିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୁପେ ସଫଳ ଭାବେ ତୁଲେଇବା ସହିତ ସମସ୍ତେ ରକ୍ତଦାନ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଶିବିରରେ ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
