ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ– ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ। ଏହାସହ ଚଳିତ ବର୍ଷ ମହାପ୍ରଭୁଙ୍କ ଖଣିରୁ ଅଧିକ ଆୟ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ତାଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ଚୁକ୍ତି କରାଯିବ। ସେହିପରି ସୂର୍ଯ୍ୟ ମନ୍ଦିର ର ରୂପା ଛାଉଣୀ କାର୍ଯ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ଙ୍କ ପାଇଁ ଡ୍ରେସ କୋଡ଼ ଖୁବଶୀଘ୍ର ଲାଗୁ ହେବାକୁ ନେଇ ନିଷ୍ପତ୍ତି ହୋଇଛି। ପୁରୀ ସହର ଜମିଜମା ସମସ୍ୟା ର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ସହ ବୈଠକ ହୋଇଛି। ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ମୁଖ୍ୟ ପ୍ରଶାସକ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ରେ ଆଜି ଗୃହିତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। କୋଭିଡ କଟକଣା ଯୋଗୁଁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ ଆଜି ୧୯୦.୨୬ କୋଟି ର ବଳକା ବଜେଟ ଭାବେ ଗୃହିତ ହୋଇଥିଲା। ଖଣିରୁ ୧୫ କୋଟି, ଜମା ସୁଧ ରୁ ୩୭ କୋଟି, ହୁଣ୍ଡି ରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କା ର ସହାୟତା ଦେଇଥିବା ବଜେଟ ରେ ଉଲ୍ଲେଖ କରାଯାଇଛି। ରଥଯାତ୍ରା ରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାର ରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆସନ୍ତାବର୍ଷ ଖଣି ରୁ ପ୍ରାୟ ୭୦ କୋଟି ଟଙ୍କା ଆୟ ର ଲକ୍ଷ ରଖାଯାଇଥିବା ବେଳେ ଶ୍ରୀମନ୍ଦିରରେ ଲାଗିଥିବା ଖଣ୍ତାଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ବୁଝାମଣା କରାଯିବ। ପୁରୀ ସହରର ଜମିଜମା ସମସ୍ୟା ର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ସହିତ ବୈଠକ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ସୂର୍ଯ୍ୟ ମନ୍ଦିର ଦ୍ବାରର ହେବ ରୂପା ଛାଉଣୀ। ଜଣେ ଦାତାଙ୍କ ଦ୍ବାରା ଏହି ରୂପା ଛାଉଣୀ କାର୍ଯ୍ୟ କରାଯିବ। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସ କୋଡ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଭଳି ଡ୍ରେସ କୋଡ ଲାଗୁ ହେବ ସେ ନେଇ ବିଚାର ବିମର୍ଶ କରାଯାଉଛି। ସେବାୟତଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବା କୁ ନିଷ୍ପତ୍ତି ହୋଇଛି। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା,ଏସପି କନୱର ବିଶାଳ ସିଂ ଙ୍କ ସହ ପରିଚାଳନା କମିଟି ର ସଦସ୍ୟ ମାନେ ଭାଗ ନେଇଥିଲେ।

ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।

Leave a Reply

Your email address will not be published. Required fields are marked *