ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ଧାରଣା

ପୁରୀ ସହରର ଜମିଜମା ସମସ୍ୟା ସମାଧାନ ପାଇଁ ଆଜି ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏହି ସଂକ୍ରାନ୍ତରେ ଆଲୋଚନା କରାଯାଉଥିବା ବେଳେ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ମଞ୍ଚର ଶତାଧିକ ସଦସ୍ୟ ପରିଚାଳନା କମିଟି ବୈଠକ ଚାଲିଥିବା ନିଳାଦ୍ରି ଭକ୍ତ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁରୀ ସହର ଓ ଆଖପାଖର ପ୍ରାୟ ୮୦ ହଜାର ପରିବାରର ଜମିଜମା ଏବେ ଶ୍ରୀମନ୍ଦିର ମାଲିକାନା ସତ୍ତ୍ବକୁ ଚାଲିଯାଇଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ବଡ ସମସ୍ୟା ରେ ପଡିଛନ୍ତି। ମାଲିକାନା ସତ୍ତ୍ବ ଫେରି ପାଇବା ପାଇଁ ରାଜ୍ୟ ସରକାର ୟୁନିଫାୟଡ ପଲିସ କରିଛନ୍ତି। ଏହି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛି। ଏହାକୁ ବିରୋଧ କରି ଅଧିକାର ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *