ବାଉଁଶ କାଠ ମାଡରେ ଜ୍ୱାଇଁ ର ମୃତ

ବାଉଁଶ କାଠ ମାଡରେ ଜ୍ୱାଇଁ ର ମୃତ ।ଟିକିରି,୨୦/୦୨( ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶଶୁର ର ବାଉଁଶ କାଠ ମାଡରେ ଜ୍ୱାଇଁ ର ମୃତ ଘୋଟିଛି।ମୃତକ ହେଲେ ଉକ୍ତଗ୍ରାମର ବିଦ୍ୟା ଝୋଡିଆ ( ୨୦)।ଗାଁ ରେ ଗତ ଶୋମବାର ଦିନ ମାଘ ମାହାଯାତ୍ରା ରେ ଏକ ନାଟକ ଚାଲିଥିବା ବେଳେ ଗାଁ ର ଲୋକ ଖୁସିବାସ ରେ ମସଗୁଲ ଥିଲେ।ଏହି ସମୟରେ ଶଶୁର ବୁଡୁ ଝୋଡିଆ ଓ ଜ୍ୱାଇଁ ବିଦ୍ୟା ଝୋଡିଆ ଉଭୟ ଅତ୍ୟାଧିକ ମଦ୍ୟପାନକରି କୈଣଷି ବିଷୟରେ କଥା କଟାକଟା ହୋଇ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ବାଉଁଶ କାଠ ଧରି ମୁଣ୍ଡରେ ଆଘାତ କରିବା ଫୋଳରେ ଗୁରୁତର ଆହତ ହୋଇ ଥିବାବେଳେ ପରିବାର ଲୋକେ ଉଷାପଡାସ୍ଥିତ ଉତ୍କଳ ହଷ୍ପିଟାଲ କୁ ନେଇଥିଲେ।ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧାର ଆସିବା ପରେ ଘରକୁ ନେଇ ଆସିଥିଲେ।ହେଲେ ଆଜା ପୁଣିଥରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପୁଣିଥରେ ମେଡିକାଲ ନେବା ସମୟରେ ବାଟରେ ମୃତ୍ୟୁ ଘଟିବାରୁ ଘରକୁ ନେଇଆସି ଟିକିରିଥାନା କୁ ଖବର ଦେଇଥିଲେ ।ଖବର ପାଇ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନି ବାଗ ଏବଂ ଅନ୍ୟ କର୍ମଚାରୀ ମାନେ ଓ ସାଇଣ୍ଟିଫିକଟିମ୍ ପହଞ୍ଚି ଶୋବ ଜବତ କରି ଅଧିକ ତଦନ୍ତ କରି ବ୍ୟବଛେଦ ପାଇଁ କାଶିପୁର ଗଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି ।ହତ୍ୟାକାରୀ ବୁଡୁ ଝୋଡିଆ଼ ଙ୍କୁ ଟିକିରି ଥାନା ରେ ଅଟକ ରଖିଛନ୍ତି।ମୃତକ ବିଦ୍ୟାଝୋଡିଆ ୩ବର୍ଷ ପୂର୍ବେ ବୁଡୁ ଝୋଡିଆ ଙ୍କ ଝିଅକୁବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ସ୍ତ୍ରୀ ୫ମାସର ଗର୍ଭବତି ରହିଅଛି।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକ ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *