ନିଷ୍ଟ ବିଶ୍ୱବିଦ୍ୟାଳୟ ରେ ବୈଷୟିକ ଶିକ୍ଷା କର୍ମଶାଳା ସଂକଳ୍ପ

ବ୍ରହ୍ମପୁର : ନିଷ୍ଟ ବିଶ୍ୱବିଦ୍ୟାଳୟ ରେ ବୈଷୟିକ ଶିକ୍ଷା କର୍ମଶାଳା ସଂକଳ୍ପ ଓଡିଶାର ମୁଖ୍ୟ ଶ୍ରୀ ଅରୁଣ ରଥ ଏବଂ ସମ୍ମାନିତ ଅତିଥି ଭାବେ ଆଦିତ୍ୟ ବିର୍ଲା ଗୃପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଉପଦେଷ୍ଟା ଶ୍ରୀ ବିଭୁ ମିଶ୍ର ଯୋଗ ଦେଇଥିଲେ । ପରାମର୍ଶଦାତା ଅଧ୍ୟାପକ ପ୍ର. ସ୍ୱାଧୀନ ମିଶ୍ର, ଛାତ୍ର ସଭାପତି ଅର୍ଜ ଅବିନାଶ, ସଚିବ ମନୀଷ କୁମାର ଭଟ, କୋଷାଧକ୍ଷା ଦୀସଂଶି ସାହୁ ମଂଚାସୀନ ଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ବୈଷୟିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିର୍ନ କ୍ଲବ ତରଫରୁ ପ୍ରତିଭା ପ୍ରଦର୍ଶନ କରିଥିଲେ । ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦ୍ୱିତୀୟ ସନ୍ଧ୍ୟା ରେ ପ୍ରସିଦ୍ଧ ବଲ୍ଲିଉଡ଼ ଗାୟକ ଶ୍ରୀ ୟସିର ଦେଶାଇ, ଓଡିଶା ର ସୁନାମଧନ୍ୟ ଡିଜେ ବସିମ ଯୋଗଦେବେ । ସେହିପରି କୁଳସଚିବ ଡ଼. ବିଷ୍ଣୁଙ୍କର ନାୟକ, ଅପରେସନ୍ ହେଡ୍ ଶ୍ରୀ ସରୋଜ ପାଢ଼ୀ, ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. ସବ୍ୟସାଚୀ ରଥ, ଡ଼. ପ୍ରମଥ ଆଚାର୍ଯ୍ୟ, ଡ଼. ଅମରନାଥ ପାଢ଼ୀ, ଡ଼. ମାନବେନ୍ଦ୍ର ପାତ୍ର, ପ୍ର ପୁର୍ନେନ୍ଦୁ ମିଶ୍ର, ଡ଼. ସସ୍ମିତା ପାଢ଼ୀ, ଡ଼. ଆକାଂକ୍ଷା ପଟନାୟକ, ସରୋଜ ପାଢ଼ୀ, ପିତାମ୍ବର ସାହୁ, ସୁରେଶ ମହାପାତ୍ର, ସନ୍ତୋଷ କୁମାର ନାୟକ, ଧରଣୀଧର ଡାକୁଆ, ଚିନି ନରେଶ, ଡାଂବୁରୁଧର ସେଠି, ସୁନୀଲ ରୟ, ଗୋପବନ୍ଧୁ ଉତରାକବାଟ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। ଟିମ୍ ଫୋଟୋଫୋକ୍ସ ଏବଂ ଟିମ୍ ମିଡିଆ ମୁଭର୍ସ କ୍ରୀଡ଼ା ଇଭେଣ୍ଟରେ କଭରେଜ କରିବା ପାଇଁ ସହାୟତା କରିଥିଲେ। ଶ୍ରେୟା ଓଝା ସଭା କୁ ପରିଚାଳନା କରିଥିଲା ବେଳେ ସହ-ସଂଯୋଜକ ପ୍ର. ମିଟୁ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *