ନିମାପଡା ଭାରତୀୟ ବିଦ୍ୟା ନିକେତନ ବିଦ୍ୟାଳୟକୁ ବିଦ୍ୟୁତ ଚୋରି ପାଈଁ ଜୋରିମାନା

ନିମାପଡା ଭାରତୀୟ ବିଦ୍ୟା ନିକେତନ ବିଦ୍ୟାଳୟକୁ ବିଦ୍ୟୁତ ଚୋରି ପାଈଁ ଜୋରିମାନା।ନିମାପଡା ( ) ଶିକ୍ଷାନୁଷ୍ଠାନ ଏକ ପବିତ୍ର ଅନୁଷ୍ଠାନ। ଯେଉଁ ଠାରେ ଚୋରି କରିବା ମହାପାପ ବୋଲି ଶିକ୍ଷା ଦିଆ ଯାଇଥାଏ। ସୂଚନା ଅନୁଯାଇ ନିମାପଡା ଦେବୀମଣ୍ଡପ ସାହି ନିକଟସ୍ତ ପୁର୍ଣ୍ଣେଶ୍ୱରୀ ମନ୍ଦିର ପରିସରରେ ଭାରତୀୟ ବିଦ୍ୟା ନିକେତନ ନାମକ ଏକ ବେସରକାରୀ ବିଦ୍ୟାଳୟ ଚାଲୁଛି। ଏଠାରେ ଶିଶୁ ଶ୍ରେଣୀ ଅଙ୍କୁର ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଯାଉଛି। ତେବେ ଏହି ଭାରତୀୟ ବିଦ୍ୟା ନିକେତନ ବିଦ୍ୟାଳୟକୁ ବିଦ୍ୟୁତ ଚୋରି କରୁଥିବା ଅଭିଯୋଗରେ ବିଦ୍ୟୁତ ବିଭାଗ 83 ହଜାର 933 ଟଙ୍କା ଫାଇନ କରିଥିବା ସୂଚନା ମିଳିଛି । ନିମାପଡା ବିଦ୍ୟୁତ ବିଭାଗ ଉପଖଣ୍ଡ ମଣ୍ଡଳ ଅଧିକାରୀଙ୍କ ସୂଚନା ଅନୁଯାଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଏହି ବିଦ୍ୟାଳୟ ବିଦ୍ୟୁତ ଚୋରି କରି ନିଜ ବିଦ୍ୟାଳୟକୁ ଲାଇନ ନେଇଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ଏନଫୋର୍ସମେଣ୍ଟ ଟିମ ଅଚାନକ ମିଳିତ ଚଢ଼ାଉ କରି ଦେଖିବାକୁ ପାଇଥିଲେ ମନ୍ଦିରରୁ ବାଇପାସ କରି ଅନୈତିକ ଉପାୟରେ ବିଦ୍ୟୁତ ଚୋରି କରୁଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ବିଦ୍ୟାଳୟର ଏହି କାର୍ଯ୍ୟ ପାଈଁ ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ସହ 83 ହଜାର 933 ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଏହାସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଈଁ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତେବେ ଭାରତୀୟ ବିଦ୍ୟା ନିକେତନ ବିଦ୍ୟାଳୟର ଏଭଳି କାର୍ଯ୍ୟ ପାଈଁ ବୁଦ୍ଧିଜୀବି ମହଲ ନାପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *