କାର୍ ବାଇକ୍ ମୁହାଁ ମୁହଁ ଧକ୍କା ୩ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ ।
ରାଇକିଆ, ତା 7/3/25 କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିବା ବେଳେ ଘୁ..ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଯାଉଥିବା ୱାଗନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳ ରେ ଘଟଣା ସ୍ଥଳରେ ହିଁ ୩ ଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଆଇ.ଆଇ.ସି ବିଜୟ କୁମାର ସ୍ୱାଇଁ ସଦଳବଳେ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ଯୁବକ ମୃତ ଅବସ୍ଥାରେ କାର ତଳେ ଚାପି ହୋଇ ଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକେ ପହଁଞ୍ଚିଥିଲେ। କାର ଚାଳକ ଓ ଅନ୍ୟ ଜଣ ଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ପାଇଁ ଥାନାକୁ ଆଣିଥିବା ବେଳେ ସମସ୍ତ ମୃତ ଦେହ କୁ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।
