ଫିରିଙ୍ଗିଆ ବନାଞ୍ଚଳ ତରଫରୁ ଅନୁଷ୍ଠିତ ହେଲା ଜଙ୍ଗଲ ନିଆଁ ପ୍ରତିରୋଧ, ସଚେତନତା କାର୍ଯ୍ୟ କ୍ରମ

ଫୁଲବାଣୀ ଫିରିଙ୍ଗିଆ ତା ୦୬/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଗ୍ନୀ ନିରାକରଣ ବା ଜଙ୍ଗଲ ନିଆଁ ପ୍ରତିରୋଧ ନିରାକରଣ ଓ ସମ୍ବେଦନୀ କରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କାରି କିଭଳି ଭାବରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିହେବ ଓ ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିବ ସେନେଇ ଉଦବୋଧନ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟ୍ୟରେ ଆସିଏଫ ଫୁଲବାଣୀ ଶ୍ଵେତାଲିନା ସାହୁ,ତାଲିମ ଗ୍ରହଣ କରୁଥିବା ଆଇଏଫଏସ ଅଧିକାରୀ ରବିକାନ୍ତ ମିନା,ଫିରିଙ୍ଗିଆ ସମିତି ସଭ୍ୟା ମୌସୁମୀ ପ୍ରଧାନ,ସ୍ବେଛାସେବୀ ସଂଗଠନ ପାହାଡ଼ ର ନିର୍ଦେଶକ ପଞ୍ଚାନନ ମିଶ୍ର,ସ୍ବେଛାସେବୀ ସଂଗଠନ ପ୍ରଦାନ ର ନିର୍ଦେଶକ ନିରଞ୍ଜନ ମିଶ୍ର,ସୁଦୃକୁମ୍ପା ବନାଞ୍ଚଳ ଅଧୁକାରୀ ମାନସ ସାହୁ,କରଡଡା ବନାଞ୍ଚଳ ଅଧିକାରୀ ଶୁଭମ ସାହୁ, ରାଇକିଆ ବନାଞ୍ଚଳ ଅଧିକାରୀ ଯୁଧିଷ୍ଠିତ ବେହେରା, ଫୁଲବାଣୀ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବାନାଗ୍ନୀ ନିରାକରଣ ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ I ତେବେ କାର୍ଯ୍ୟକ୍ରମ ଅବସରରେ ଫିରିଙ୍ଗିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଓ ବନ କର୍ମଚାରୀ ମାନଙ୍କ ତରଫରୁ ସ୍ଥାନୀୟ ତଣ୍ଡ୍ରିଗାଁ ନର୍ସରୀ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବନାଞ୍ଚଳ କାର୍ଯ୍ୟଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା I ଶୋଭାଯାତ୍ରା ପହଂଚିବା ପରେ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଫିରିଙ୍ଗିଆ ବନାଞ୍ଚଳ ଅଧୀନରେ କାର୍ଯ୍ୟାଳୟ ଅଧୀନରେ ଦିଲୀପ କୁମାର ବିଶୋଇ ଫରେଷ୍ଟ ର୍ ଫିରିଙ୍ଗିଆ କାର୍ଯ୍ୟରତ ସମସ୍ତ ବନପାଳ, ବନରଖି ଙ୍କ ସହ ସମସ୍ତ ବନ ସୁରକ୍ଷା ସମିତି ର ସଭାପତି ସମ୍ପାଦକ ଓ ସଦସ୍ୟ ଙ୍କ ସହ ବନବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *