ମଣ୍ଡିରେ ପଡି ରହିଛି ଧାନ ଚାଷୀକୂଳ ହତାଶ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ ସମବାୟ ସମିତି ର ବହୁ ଚାଷୀମାନଙ୍କର ଦିର୍ଘ ଦିନ ଧରି ଧାନ ମଣ୍ଡି ରେ ପଡିରହିଥିବା ରୁ ଚାଷୀମାନଂକ ମୁଣ୍ଡରେ ଯେପରି ଚଡକ ପଡ଼ିଛି .ହା ହତାଶ ଭିତରେ ଚାଷୀକୂଳ .କିନ୍ତୁ କ୍ଷୋଭର ବିଷୟ ମିଲର ଅମ୍ବିକା ରାଇସ ମିଲ୍ ଯାହାର ଧାନ ନେବାପାଇଁ 2000 କୁଇଣ୍ଟାଲ ରହିଥିବା ବେଳେ ବର୍ତମାନ ସୁଦ୍ଧା 1012.46kg.ଧାନ ଉଠିଛି ସେହିପରି କଳିଙ୍ଗ ରାଇସ ମିଲ ଯାହାର ଧାନ ନେବାର 3000 କୁଇଣ୍ଟାଲ କିନ୍ତୁ ଆଜି ସୁଦ୍ଧା 1237 କୁଇଣ୍ଟାଲ ଉଠାଯାଇଛି. ସମବାୟ ସମିତି ର ସେକ୍ରେଟେରୀ ଭଗବାନ ପ୍ରସାଦ ସ୍ଵାଇଁ Cso ଜଗତ୍ସିଂହପୁର ଜଣାଇବା ସତ୍ତ୍ଵେ ଏହାର ସୁଫଳ ଏଯାବତ ଚାଷୀମାନେ ପାଇ ପାରିନାହାନ୍ତି. ଖରା ବର୍ଷା କୁ ସହ୍ୟ କରି ଚାଷୀ ତାହାର ଜମିରୁ ଧାନ ଫସଲ ଅମଳ କରି ମଣ୍ଡି ପର୍ଯ୍ଯନ୍ତ ପହଁଚାଇ ଥାଏ କିନ୍ତୁ ଦୁଃଖର ବିଷୟ ଧାନ ମଣ୍ଡି ରେ ଧାନ ପଡି ରହିଥିବା ରୁ ଚାଷୀକୂଳ ଆଶଙ୍କାରେ ରହିଛି ଧାନ ଉଠିବ କି ନାହିଁ. ଯଦି ଧାନ ଉଠିବାରେ ବିଳମ୍ବ କରାଯାଏ ଆଗାମୀ ଦିନରେ ଯେଉଁ ଅସୁବିଧା ହେବ ତାହା ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
