ଇଂରାଜୀ ବିଦ୍ୟାଳୟ ର ନୂତନ ଗୃହ ପ୍ରତିଷ୍ଠା ସହ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ସହର ର jmp ଇଂରାଜୀ ବିଦ୍ୟାଳୟ ର ନୂତନ ଗୃହ ପ୍ରତିଷ୍ଠା ଓ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l କାମାକ୍ଷାନଗର ଭଳି ଏକ ଛୋଟ ସହର ରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ର ଲକ୍ଷ୍ୟ ନେଇ ଏହି ବିଦ୍ୟାଳୟ ଆଜିକୁ ନଅ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା l ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ରୁ ଉର୍ଦ୍ଧ ପିଲା ଏହି ବିଦ୍ୟାଳୟ ରେ ଏବେ ପାଠ ପଢ଼ୁଥିବା ବେଳେ ପିଲାମାନଙ୍କ ପାଠ ପଢା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ବିଦ୍ୟାଳୟ ର ନୂତନ ଗୃହ ପ୍ରତିଷ୍ଠା କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ର ସୁନାମଧନ୍ୟ ହାସ୍ୟ କଳାକାର ନଟିଆ କମେଡି (ସ୍ମୁତି ରଞ୍ଜନ ) ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଅଭିଭାବକ ଓ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷ ଦିନେଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *