ସୋରଡ଼ା ବ୍ଲକ ଓ ଏନ ଏ ଏସି ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୋରଡ଼ା,୮/୩ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ ।ସୋରଡ଼ା ବ୍ଲକ୍ ଓ ଏନ ଏ ସି ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ସୋରଡ଼ା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ରାଜ ସେନାପତି ଙ୍କ ତ୍ଵତ୍ୱାବଧାନରେ ବ୍ଲକ୍ ପରିସରରେ ପାଳିନ କରାଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ମହିଳା ମାନେ ଏକତ୍ରିତ ହୋଇ ହାତରେ ଫ୍ଲାଗ କାର୍ଡ ଧରି ସୋରଡା ବ୍ଲକ୍ ପରିସରରୁ ବାହାରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଥିଲେ ଓ ପରେ ମହିଳା ମାନଙ୍କ ମଧ୍ୟରେ ରଙ୍ଗୋଲି, ମ୍ୟୁଜିକ ଚେୟାର,ବକୃତା, ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କ୍ରମରେ ,ବ୍ଲକ ସହକାରୀ ଯନ୍ତ୍ରୀ କେ ପ୍ରସାଦ ପାତ୍ର,ଗୁରୁଦେବ ଗୌଡ଼, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର,ବି ଆର ସି ଶିବ ରଞ୍ଜନ ସିଂ ଓ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତା ସହ ଅଙ୍ଗନୱାଡ଼ି କର୍ମୀ,ଏମବିକେ,ସି ଆର ପି, ବହୁ ମହିଳା ମାନେ ଉପସ୍ଥିତ ରହିଥିଲେ।ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଏହି ଉତ୍ସବ ପାଳନ କରାଯାଇଛି ।ସେହିଭଳି ସୋରଡ଼ା ଖୁଣ୍ଟେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ,ବଡାଖାନା କାର୍ଯ୍ୟକ୍ରମ ଓ ସ୍ଵଚ୍ଚ ସର୍ଭେକ୍ଷଣ ଯୋଜନାରେ ମହିଳା କର୍ମଚାରୀଙ୍କୁ ସମ୍ଭୋର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ସଂମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ, କାଉନସିଲର କେ. ସତ୍ୟନାରାୟଣ ସୁବୁଦ୍ଧି,ସନ୍ତୋଷ ପଣ୍ଡା,କାଜଲ ପ୍ରଧାନ,ସୁଷମା ବେହେରା,ନାଗେଶ୍ୱର ବେହେରା,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ପରିମଳ ବିଶେଷଜ୍ଞ ଶିବ ପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ।ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀଙ୍କୁ ସଂମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *