ବିଭିନ୍ନ ରାସ୍ତା ଓ ସେତୁ ନିର୍ମାଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା
ଆଜି ତା:୯/୧୧/୨୦୨୧ ରିଖ ଦିନ ମଧ୍ୟାହ୍ନ ୧୧ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନଠାରେ ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗର ଶ୍ରୀଯୁକ୍ତ ପ୍ରଦୀପ୍ତ ସାମଲଙ୍କ ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକର ବିଭିନ୍ନ ରାସ୍ତା ଓ ସେତୁ ନିର୍ମାଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏଥିରେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀର ରାସ୍ତା ଗୁଡିକ ଯଥା ନାଣ୍ଡିପୁର, କୁଳିଆପଡା, ମିର୍ଜାପୁର-ଗବକୁଣ୍ଡ, ଚଢେୟା ରାସ୍ତା ଗୁଡିକର ଆବଶ୍ୟକ ଥିବା କାର୍ଯ୍ୟ ଗୁଡିକର ଆରମ୍ଭ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ତିନିକୁଦି, କୂଅପଦା, ପଥର ପଦା, ନିଖିଳଗୋବିନ୍ଦପୁର, ସିରୁଳି କରମଳା ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ଦାସ ବର୍ମା ନିର୍ଦ୍ଦେଶ ଦେଇଛନ୍ତି।
