ସଞ୍ଜୟ କୁମାର ଦାସ ବର୍ମାଙ୍କ ବିଭିନ୍ନ ଗ୍ରାମକୁ ଗସ୍ତ
୯/୧୧– ଅପରାହ୍ନ ୩ଟା ସମୟରେ କୃଷ୍ଣ ପ୍ରସାଦ ବ୍ଲକ ନାଥପୁର ହରିଜନ ସାହିର ୪୦ ଗୋଟି ଅଗ୍ନି ବିପନ୍ନ ବିସ୍ଥାପିତ ପରିବାରଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଭେଟି ସମବେଦନା ଜଣାଇବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି।

ଅପରାହ୍ନ ୪ଟା ସମୟରେ କୃଷ୍ଣ ପ୍ରସାଦ ବ୍ଲକ ପିରିଜିପୁର ପଞ୍ଚାୟତର ବନ୍ଧମୁଣ୍ଡା ଗ୍ରାମକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଗ୍ରାମକୁ ଗସ୍ତ କରି ଗ୍ରାମବାସିଙ୍କ ସହିତ ଗ୍ରାମର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।
