ବିଜେଡିର ମହାମିଶ୍ରଣପର୍ବ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତରେ ବିଜେଡିର ମହାମିଶ୍ରଣ । ବିଜେପି ଓ କଂଗ୍ରେସ କ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି ୨୦୦ ରୁ ଉର୍ଦ୍ଧ୍ବକର୍ମୀ। ଅନନ୍ତପୁର ଛକ ନିକଟରୁ ବାଲିବୋ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମରେ କାମାକ୍ଷାନଗରର ବିଧ୍ୟାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,ସରପଞ୍ଚ ସନ୍ତୋଷ ଖୁଣ୍ଟିଆ,,ମହିଳା ବିଜେଡି ବ୍ଲକ ସଭାନେତ୍ରୀ ସଂନ୍ଧ୍ୟାରାଣୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ବିଜେପି ର ଯୁବନେତା ଜନସନ୍ ବର୍ଦ୍ଧନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। ମନ୍ତ୍ରୀ ମଲ୍ଲିକ ସମସ୍ତଙ୍କୁ ପୁସ୍ପଗୁଛ୍ଛ ଓ ଦଳୀୟ ଉତ୍ତରିୟ ଦେଇ ସ୍ବାଗତ କରିଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
