ବିପଦ ସମୟର ଏକମାତ୍ର ସାଥି ବନ୍ଧୁ
ଭଦ୍ରକ,୮/୧୧- ବର୍ତ୍ତମାନ ସ୍ୱାର୍ଥପର ଦୁନିଆରେ ସମ୍ପର୍କ ଭିତରୁ ବନ୍ଧୁତ୍ବ ର ସମ୍ପର୍କ ସର୍ବଶ୍ରେଷ୍ଠ,ଯାହାକି ଦୁନିଆରେ ନିଃସ୍ୱାର୍ଥପର ସମ୍ପର୍କ ବୋଲି ଜଣାଯାଇଛି. ଯେଉଁ ସମ୍ପର୍କରେ ନା ରହିଥାଏ ସ୍ୱାର୍ଥ ,ନା ରହିଥାଏ ଅହଙ୍କାର,ଯେଉଁ ଦୁଃଖ ଆମେ ଆମ ପରିବାର ଏବଂ ସମ୍ପର୍କୀୟ ମାନଙ୍କ ଆଗରେ ପ୍ରକାଶ କରି ପାରନ୍ତି ନାହିଁ, ତାହା ଆମେ ବନ୍ଧୁ ଙ୍କ ଆଗରେ ପ୍ରକାଶ କରନ୍ତି ,ବନ୍ଧୁ ହିଁ ଆମକୁ ବିପଦ ସମୟରେ ଧାର୍ଯ୍ୟ, ସାହସ ଏବଂ ସାନ୍ତ୍ୱନା ଦିଅନ୍ତି. କଥାରେ ଅଛି ବନ୍ଧୁ ହିଁ ବିପଦର ପ୍ରକୃତ ସାଥି,ତାହା ଆମେ ଆଜି ବାସ୍ତବରେ ଦେଖିବାକୁ ପାଇଲୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂସୁରି ଥାନା ଅନ୍ତର୍ଗତ ବୈୟାଣ୍ଡିହ ପଞ୍ଚାୟତ ଅଧୀନରେ ଥିବା ଆମ୍ବିଳିଗାଁ ଗ୍ରାମରେ. ଏହି ଗ୍ରାମର ବିଭୁତି ଭୂଷଣ ଜେନା ଗତ ନଭେମ୍ବର ଦୁଇ ତାରିଖରେ ଅକସ୍ମାତ ମୃତ୍ୟୁ ବରଣ କରିଛନ୍ତି. ତାଙ୍କ ମୃତ୍ୟୁ ଖବର ପାଇ, ବହୁ ଦୂର ଦୁରାନ୍ତ ରାଜ୍ୟରେ ରହୁଥିବା ତାଙ୍କର ସ୍କୁଲ ବନ୍ଧୁ ମାନେ ଆଜି ଧାଇଁ ଆସିଛନ୍ତି ଚଗଲା ଙ୍କ ଘରକୁ ଏବଂ ସବୁ ବନ୍ଧୁ ମାନେ ଏକତ୍ରିତ ହୋଇ ସହାୟତା ର ହାତ ବଢ଼ାଇଛନ୍ତି ତାଙ୍କର ଶୋକକୁଳ ଅବସ୍ଥାରେ ଥିବା ପରିବାର କୁ.ସବୁ ବନ୍ଧୁ ମାନେ କିଛି କିଛି ଅର୍ଥ ସଂଗ୍ରହ କରି ଚଗଲା ଙ୍କ ପରିବାରକୁ ଦେବା ସହିତ ତାଙ୍କ ପରିବାର ର ସଦସ୍ୟ ମାନଙ୍କୁ ଏହି ଶୋକକୁଳ ଅବସ୍ଥାରେ ଧର୍ଯ୍ୟ ଏବଂ ସାନ୍ତ୍ୱନା ଦେଇଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
